
ଭୁବନେଶ୍ବର: ଦେଖିବାକୁ ଟମାଟୋ ଓ ଆଳୁ ଚିପ୍ସର ପ୍ୟାକେଟ ହେଲେ ଭିତରେ ଭର୍ତ୍ତି ରହିଥିଲା ବିଦେଶୀ ଗଞ୍ଜେଇ । ନା ବାସ୍ନା ଥିଲା ନା ବାହାରୁ ଜଣାପଡ଼ୁଥିଲା । ସାଧାରଣରେ ସ୍ନାକ୍ସ ପ୍ୟାକେଟ ଭାବି କେହି ବି ସନ୍ଦେହ ହେଉନଥିଲା । ଆଉ ଗୋଟିଏ ପରେ ଗୋଟିଏ ବିମାନ ବନ୍ଦର ଅତିକ୍ରମ ପରେ ଶେଷରେ ଭୁବନେଶ୍ବର ବିମାନ ବନ୍ଦରରେ ଧରାପଡିଗଲା ନିଶା କାରବାର । ଗତକାଲି(ଶନିବାର) ଭୁବନେଶ୍ବର ଏୟାରପୋର୍ଟରୁ 8 କେଜି ଗଞ୍ଜେଇ ଜବତ କରିଛନ୍ତି ଡିଆରଆଇ(DRI) ଅଧିକାରୀ ।
ସ୍ନାକ୍ସ ପ୍ୟାକେଟରୁ ଗଞ୍ଜେଇ ଜବତ:ଏନେଇ ଜଣେ ବରିଷ୍ଠ ଡିଆରଆଇ ଅଧିକାରୀ କହିଛନ୍ତି, ‘ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ବର୍ତ୍ତିବା ପାଇଁ ଏଭଳି ବାଟ ଆପଣାଇ ଥିଲେ । ଥାଇଲାଣ୍ଡରୁ ଭୁବନେଶ୍ୱର ଆସୁଥିବା ଜଣେ ବ୍ୟକ୍ତିଙ୍କ ପାଖରେ ବଡ ବଡ ସ୍ନାକ୍ସ ପ୍ୟାକେଟ ଦେଖି ସନ୍ଦେହ ହୋଇଥିଲା । ଯାଞ୍ଚ ପରେ ସେଥିରୁ ଗଞ୍ଜେଇ ଜବତ ହୋଇଥିଲା ।’

ଚିପ୍ସ ପ୍ୟାକେଟରେ ଆଣୁଥିଲେ ଗଞ୍ଜେଇ, ଜଣେ ଅଟକ:ତେବେ ସ୍ନାକ୍ସ ପ୍ୟାକେଟଟି ଟମାଟୋ ଓ ପଟାଟୋ ଫ୍ଲେଭରର ବି ପ୍ୟାକେଟ ରହିଥିଲା । ବିଶେଷ କରି ସ୍ନାକ୍ସ ପ୍ୟାକେଟ ଏଭଳି କମର୍ସିଆଲ ଭାବେ ବିକ୍ରି କରାଯାଇଥାଏ ମଲରେ । ଥାଇଲାଣ୍ଡ ବ୍ରାଣ୍ଡ ଥିବା ଏହି ଚିପ୍ସ ପ୍ୟାକେଟ୍ ଏୟାରପୋର୍ଟରେ ଦେଖି ସନ୍ଦେହ ଘନିଭୂତ ହୋଇଥିଲା । ଲଗେଜ ସ୍କାନର ପାଖକୁ ନେଇ ବ୍ୟାଗ ଚେକ୍ କରାଯାଇଥିଲା । ଆଉ ସେହି ସ୍ନାକ୍ସ ପାକେଟ ଭିତରୁ ଏଭଳି ଗଞ୍ଜେଇକୁ ଭର୍ତ୍ତି କରାଯାଇ ସମ୍ପୂର୍ଣ୍ଣ ଭାବେ ପ୍ୟାକ କରାଯାଇ ପଠାଯାଇଥିଲା । ଯେପରିକି କାହାରିକୁ ସନ୍ଦେହ ନହେବ । ଏଭଳି ଗଞ୍ଜେଇ ଧରାପଡ଼ିବା ପରେ ଡିଆରଆଇ ଅଧିକାରୀ ଜଣଙ୍କୁ ଅଟକ ରଖିଥିଲେ।ଯେଉଁ ଲୋକର ବ୍ୟାଗରୁ ଏଭଳି ପ୍ୟାକେଟ ଜବତ ହୋଇଥିଲା । ତାକୁ ତଦନ୍ତ ପରିସରକୁ ନିଆଯାଇଥିଲା