
ବୁଗୁଡ଼ା ୦୬/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଷୋଳମାଇଲି ଛକ ନିକଟରେ ଗୋଟିଏ ଟ୍ରଲର କୁ ଓଭର ଟେକ ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣା ପରେ ଗୋଟିଏ ବାଇକ ଲୁହା ବୋଝେଇ ଟ୍ରଲର ଚକା ତଳେ ପଶି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l ଦୁଇ ମୃତକ ସମ୍ପର୍କ ରେ ବଡବାପା ପୁତୁରା ହୋଇଥିବା ଜଣାପଡିଛି l ଉଭୟଙ୍କ ପରିଚୟ ବେତାରସିଙ୍ଗି ଗ୍ରାମର ଖଦାଳ ମହାରଣା, ଶଶାଙ୍କ ମହାରଣା ହୋଇଥିବା ବେଳେ ଅନ୍ୟ ବାଇକ ଚାଳକ ଲକ୍ଷ୍ମୀ ନାରାୟଣ ବେହେରା ଗୁରୁତର ହୋଇଛନ୍ତି l ମୃତକ ଏବଂ ଗୁରୁତର ବ୍ୟକ୍ତି ଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ ଏବେ ଟ୍ରଲର ସହ ଚାଳକ ଙ୍କୁ ପୋଲିସ ଅଟକ ରଖିଛି l