ସ୍କୁଲ ବସରୁ ଛାତ୍ରୀ ଅପହରଣ ଅଭିଯୋଗ, ଯୁବକ ଥାନାରେ ଅଟକ

ଯାଜପୁର(ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଓଡ଼ିଶା ଟୁଡେ) : ଯାଜପୁର ରୋଡ ଥାନା ଅଂଚଳରେ ଅଭାବନୀୟ ଘଟଣା। ସ୍କୁଲ ନିକଟରୁ ସ୍କୁଲ ବସରୁ ଛାତ୍ରୀ ଅପହରଣ ଅଭିଯୋଗ ହୋଇଛି । ବ୍ୟାସନଗର ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଘରୁ ସ୍କୁଲକୁ ଆସିଥିବା ବେଳେ ଅପହରଣ ହୋଇଥିଲେ। ଅପହରଣ ଉଦ୍ୟମ ପଣ୍ଡ କଲା ପୋଲିସ । କାର ମଧ୍ୟରୁ ଛାତ୍ରୀକୁ ଉଦ୍ଧାର କଲା ପୋଲିସ । ଅପହରଣକାରୀ ଯୁବକ ଥାନାରେ ଅଟକ । ଅନ୍ୟ ଜଣେ ବସ ଚାଳକ ଦ୍ଵାରା ଅପହରଣ ହୋଇଥିଲେ ଛାତ୍ରୀ । ଏନେଇ ମାମଲା ନଂ ୩୬୫/୨୫ ଓ ଧାରା ୧୩୭(୨)ରେ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published. Required fields are marked *