
ବ୍ରହ୍ମପୁର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ରେ ସେକ୍ସ ରାକେଟ ଚାଲିଥିବାର ଅଭିଯୋଗ ପରେ ପୋଲିସ ପକ୍ଷରୁ ଚଢାଉ କରି ଜଣେ ମହିଳାଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୩ ଜଣ ପୁରୁଷ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି। ସୂଚନା ପ୍ରକାରେ ଅନେକ ଦିନ ଧରି ଶ୍ରୀକ୍ଷେତ୍ର ବିହାର ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିବା ନେଇ ସ୍ଥାନୀୟ ବାସିନ୍ଦା ମାନେ ସନ୍ଧେହ ପ୍ରକାଶ କରିବା ସହ ସେହି ଘରେ ଗୋଟେ ଝିଅ ଆଉ ୩ ଜଣ ପୁଅ ଉପସ୍ଥିତ ରହିଥିବାବେଳେ ସେହି ଘରକୁ ବାହାର ପଟୁ ତାଲା ପକାଇ ଅଞ୍ଚଳ ବାସି ଏହାର ଖବର ନିମଖଣ୍ଡି ଥାନା ଆଇଆଇସି କୁ ଜଣାଇଥିଲେ । ନିମଖଣ୍ଡି ପୋଲିସ ଖବର ପାଇ ସେହି ଘର ଉପରେ ଚଢାଉ କରିଥିଲା ଏବଂ ଘଟଣା ସ୍ଥଳରୁ ଜଣେ ଝିଅ କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସ୍ଥାନୀୟ ଲୋକମାନେ କହିଛନ୍ତି। ତେବେ ମହିଳା ଜଣଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଥିବାର ସୂଚନା ମିଳିଛି।