ବେଲଗୁଣ୍ଠା: ଜୁଆ ଆଡ୍ଡାରୁ ୬ଜଣ ଜୁଆଡ଼ିଙ୍କୁ ଧରିଲା ପୋଲିସ

ବେଲଗୁଣ୍ଠା, ୦୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପକ୍ଷୁରୁ ଶୁକ୍ରବାର ରାତିରେ ବର ଗାଁ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୬ଜଣ ଜୁଆଡ଼ିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ।
ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ବରଗାଁ ହାଇସ୍କୁଲ ନିକଟରେ ଏକ ଜୁଆ ଅଡ୍ଡା ଚାଲିଥିବା ଖବର ପାଇ ସେଠାରେ ପହଞ୍ଚି ଅଙ୍ଗନାୱାଡି କେନ୍ଦ୍ରରେ ଜୁଆ ଖେଳ ଚାଲିଥିବା ଦେଖି ଥିଲେ। ତେଣୁ ପୋଲିସ କର୍ମଚାରୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଉକ୍ତ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରିଥିଲେ। ପୋଲିସକୁ ଦେଖି କିଛି ବ୍ୟକ୍ତି ସେଠାରୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ୬ଜଣ ଜୁଆଡ଼ିଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ପୋଲିସ। ସମସ୍ତ ଜୁଆଡ଼ି ବେଲଗୁଣ୍ଠା ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ବୋଲି ଜଣାପଡ଼ିଛି।ସେହି ଆଡ୍ଡା ରୁ ମୋଟ ୧୩,୪୬୦ଟଙ୍କା, ୫ମୋବାଇଲ୍ ଫୋନ୍ , ଗୋଟିଏ ବାଇକ ଜବତ କରାଯାଇଛି।ଏହି ଘଟଣାରେ ବେଲଗୁଣ୍ଠା ଥାନା କେସ ନଂ ୩୯୬/୨୫ରେ ଏକ ମାମଲା ରୁଜୁ କରି ସମସ୍ତ ଜୁଆଡ଼ିଙ୍କୁ ଆଜି ଜଗନ୍ନାଥପ୍ରସାଦ ସ୍ଥିତ ଜେଏମଏଫସିଙ୍କ କୋର୍ଟକୁ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *