ଅପରାଧି ହେବେ ସାବାଡ୍, ରାଜ୍ୟରେ ଚାଲିଛି ‘ସିକ୍ରେଟ ଅପରେସନ ଗରୁଡ଼’

ଭୁବନେଶ୍ବର: ମହିଳା ବିରୋଧୀ ହିଂସାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ ପ୍ରସଙ୍ଗ କରୁଛନ୍ତି ବିରୋଧୀ। ରାସ୍ତା ରୋକ ଓ ବ୍ଲକ ଘେରାଉଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ବାସଭବନ ସହ ଡିଜି, ଆଇଜିଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରୁଛନ୍ତି ଆନ୍ଦୋଳନକାରୀ। ଆଇନଶୃଙ୍ଖଳାକୁ ନେଇ ବିରୋଧୀ ସରକାରଙ୍କୁ କଡା ଟାର୍ଗେଟ କରୁଥିବା ବେଳେ ଏସବୁ ଭିତରେ ରାଜ୍ୟବାସୀଙ୍କୁ ସୁରକ୍ଷା ଓ ପୋଲିସ ଉପସ୍ଥିତି ଦେଖାଇବା ପାଇଁ ସିକ୍ରେଟ ଅପରେସନ ଜାରି ରହିଛି। “ଅପରେସନ ଗରୁଡ଼” ଜରିଆରେ ଅପରାଧି ଓ ତାଙ୍କର ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଛି ଓଡ଼ିଶା ପୋଲିସ।ଏନେଇ ସୁଚନା ଦେଇଛନ୍ତି, ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ ସିଂ।ଅପରାଧିକ ପୃଷ୍ଠଭୂମିକୁ ଆଶ୍ରୟ ମିଳିବ ନାହିଁ ।

ଏଡଜିଙ୍କ ସୁଚନା ଅନୁସାରେ, ଉଚ୍ଚ ସ୍ତରୀୟ ବୈଠକ କରି ଏଭଳି ଏକ ଅପରେସନ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ଏସପିଙ୍କ ନେତୃତ୍ୱରେ “ଅପେରସନ ଗରୁଡ଼” ଅଭିଯାନ ଜାରି ରହିଛି। ଅପରାଧ ସୃଷ୍ଟି କରୁଥିବା ଅପରାଧୀଙ୍କ ଗତିବିଧି ସହ ସେମାନଙ୍କୁ ପ୍ରୋସାହିତ କରୁଥିବା ସମସ୍ତ କାରବାର ବା ବେଆଇନ ବନ୍ଧୁକ କାରବାର ହେଉ ବା ନିଶା କାରବାର ବା ନନ୍ ବେଲବଲ ଓ୍ବାରଣ୍ଟ ଥିବା କ୍ରିମିନାଲଙ୍କ ଉପରେ ସ୍ବତନ୍ତ୍ର ଡ୍ରିମ୍ ଆରମ୍ଭ କରାଯାଇଛି। ଏହାଦ୍ବାରା ଅପରାଧିକ ପୃଷ୍ଠଭୂମିକୁ ଆଶ୍ରୟ ମିଳିବ ନାହିଁ। ଫଳରେ ଅପରାଧିକ କାର୍ଯ୍ୟକଳାପକୁ ରୋକାଯାଇ ପାରିବ।ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW) 3189 ଜଣଙ୍କୁ ଖୋଜି ଖୋଜି ପୋଲିସ ଗିରଫ କରିଛି। NBWକୁ କାର୍ଯ୍ୟକାରୀ କରିବା ଦେଖି 289 ଜଣ ନିଜ ଆଡୁ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ହତ୍ୟା, ଦୁଷ୍କର୍ମ, ରାହାଜାନୀ, ଠକାମୀ, ଡକାୟତି ଭଳି ବିଭିନ୍ନ ଧର୍ତବ୍ୟ ଅପରାଧରେ ସାମିଲ ଥିବା ଅପରାଧି, ଯେଉଁମାନଙ୍କ ନାଁରେ କୋର୍ଟରୁ ଓ୍ବାରେଣ୍ଟ ଜାରି ହୋଇଥିଲା, ସେମାନଙ୍କୁ ଗିରଫ କରାଯାଇଛି। ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ଦିଗରେ 890 ଅବକାରୀ ମାମଲା ଓ 17,069.55 ଲିଟର ମଦ ଜବତ କରାଯାଇଛି। ବେଆଇନ ଅସ୍ତ୍ରଶସ୍ତ୍ର କାରବାର ମାମଲାରେ 51ଟି ବନ୍ଧୁକ ସହ 95 ଗୁଳିଗୋଳା ଏବଂ 1,45,500 ଟଙ୍କା ଜବତ କରାଯାଇଛି।ନିଶା କାରବାର ନେଇ 11ଟି ମାମଲା ସହିତ 888 କିଲୋଗ୍ରାମ ଗଞ୍ଜେଇ ଏବଂ 68.57 ଗ୍ରାମ ବ୍ରାଉନସୁଗାର ଜବତ ହେବାସହ 2ଟି କାର୍ ଏବଂ 63,750 ଟଙ୍କା ଜବତ ହୋଇଛି। ଜୁଆ ଆଡ୍ଡା ଉପରେ ଚଢ଼ାଉ ନେଇ 11ଟି ମାମଲା ସହିତ 2,79,485 ଟଙ୍କା ଜବତ ହୋଇଥିବା ବେଳେ ଅନେକ ଜୁଆଡି ମଧ୍ୟ ଗିରଫ ହୋଇଛନ୍ତି। ନିଶା ଶକ୍ତ ଅବସ୍ଥାରେ 129 ଜଣ ଅପରାଧିଙ୍କୁ ଗିରଫ ସହ 115 ମାମଲା ରୁଜୁ ହୋଇଛି ଓ 115 ଯାନ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *