
ଆସିକା :-୧୬/୦୮( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାପାଳ ଅଚାନକ ସ୍ୱାଧୀନତା ଦିବସ ଅବସର ରେ ଦୁଇଟି ପ୍ରାଥମିକ ସେବା ସମବାୟ ସମିତି ଏବଂ ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଥିଲେ l ଆସିକା ବ୍ଲକ ର କାଳଷଣ୍ଢପୁର ଓ ଗୁଣ୍ଠପଡା ସେବା ସମବାୟ ସମିତି ରେ ପହଂଚି ଥିଲେ l ଚଳିତ ଖରିଫ ଋତୁ ରେ ଚାଷୀ ମାନଙ୍କ ଶତ ପ୍ରତିଶତ ପଞ୍ଜିକରଣ କୁ ଗୁରୁତ୍ୱ, ୟୁରିଆ ଏବଂ କମ୍ପ୍ଲେକ୍ସ ୨୦/୨୦/୦୧୩ ପିଡିଆ ର ସଠିକ ଦର ରେ ବିକ୍ରି, ଋଣ ଉପରେ ଆଲୋଚନା,ଚାଷୀଙ୍କ ଉପଯୁକ୍ତ ଫର୍ମ ପୂରଣ, ମଣ୍ଡି ରେ ଦଲାଲ ମୁକ୍ତ, ଭାଗ ଚାଷୀ ଙ୍କୁ ସୁବିଧା, ସୁଯୋଗ ପ୍ରଦାନ, ଟାର୍ଗେଟ ପୂରଣ ପାଇଁ ଘର ଘର ବୁଲି ଚାଷୀଙ୍କୁ ପଞ୍ଜିକରଣ ନିମନ୍ତେ ସଚେତନତା କୁ ଗୁରୁତ୍ୱ ଦେବାକୁ କହିଥିଲେ l ଦୁଇ ସେବା ସମବାୟ ସମିତି ରେ ଉପସ୍ଥିତ ରହି ସମ୍ପାଦକ ଏବଂ ଏଡିଓ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଗୁଣ୍ଠପଡା ସୋସାଇଟି ରେ ୪୨୧ ଚାଷୀ ଙ୍କ ମଧ୍ୟରୁ ଆଜି ସୁଦ୍ଧା ୨୪୫ ଜଣ ଚାଷୀ ପଞ୍ଜିକୃତ ଏବଂ କାଳଷଣ୍ଢପୁର କେନ୍ଦ୍ର ରେ ୨୪୭ ଜଣ ଚାଷୀ ମଧ୍ୟରୁ ୧୭୫ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ଜାଣିବାକୁ ପାଇଥିଲେ l
ଏହା ପରେ ଚାଷୀ ମାନଙ୍କ ସହ ସିଧା ସଳଖ ସୁବିଧା ଅସୁବିଧା ଉପରେ ବିସ୍ତୃତ ଆଲୋଚନା କରିଥିଲେ l ସରକାର ଙ୍କ ଯୋଜନା କିଭଳି ସଠିକ ପହଂଚିବ ସେଥିପାଇଁ ମଧ୍ୟ ଚାଷୀଙ୍କ ଗୁହାରି ଶୁଣି ଫେରିଥିଲେ l ଏହାପରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପହଂଚି ଉତ୍ତମ ସ୍ୱାସ୍ଥ୍ୟ ସେବା, ମେଡିକାଲ ପରିସର ପରିଷ୍କାର ପରିଷ୍କାର ପରିଚ୍ଛନ୍ନତା, ଅସ୍ତ୍ରଉପଚାର ଗୃହ ସମ୍ପର୍କ ରେ କାର୍ଯ୍ୟରତ ଡାକ୍ତର ସହ ଆଲୋଚନା କରି ଫେରିଥିଲେ l ଗଞ୍ଜାମ ଜିଲ୍ଲାପାଳ କୀର୍ତିଭାସନ ଭି ଙ୍କ ସାଥିରେ ତହସିଲଦାର ସଙ୍ଗୀତା ସେନ ଉପସ୍ଥିତ ରହିଥିଲେ l ଗୁଣ୍ଠପଡା ଠାରେ ପ୍ରାଥମିକ ସେବା ସମବାୟ ସମିତି ର ସମ୍ପାଦକ ସତ୍ୟ ନାରାୟଣ ନାୟକ, କାଳଷଣ୍ଢପୁର ରେ ସମ୍ପାଦକ ଭୀମ ସେନ ଦାସ ରହିଥିବା ବେଳେ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ କାମନି ରାଉତ, ସମିତି ସଭ୍ୟ ନାରାୟଣ ସ୍ୱାଇଁ, ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ l