
ଭଞ୍ଜନଗର(ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ଟୁଡେ): ବ୍ୟକ୍ତିଗତ ଉତ୍ସବକୁ ସାମାଜିକ ଉତ୍ସବରେ ପରିଣତ କରି ମାନବିକତାର ପ୍ରସାର କରିବା ଧାରାରେ ଉପାନ୍ତ ଅଞ୍ଚଳ ର ପିଲାଙ୍କୁ ଖାତା, କଲମ, ବିସ୍କୁଟ, ଚକଲେଟ, ସିଲଟ ବାଣ୍ଟି ନିଜ ଜନ୍ମଦିନ ପାଳିଛନ୍ତି ବିଜଓକେ ଇଣ୍ଡିଆ ପ୍ରା. ଲି. ର ନିର୍ଦ୍ଦେଶକ ତଥା ଓଡ଼ିଶା ଟୁଡେ ନ୍ୟୁଜ ନେଟୱର୍କ ପ୍ରା. ଲି. ର ମୁଖ୍ୟ ସମ୍ପାଦକ ସୁବ୍ରତ କୁମାର ଦାଶ । ଶନିବାର ଭଞ୍ଜନଗର ନିକଟସ୍ଥ ଉପାନ୍ତ ଅଞ୍ଚଳ ପୁରୁଣାପାଣି ଓ ବୁଡ଼ିଆମ୍ୱା ଗ୍ରାମର କୁନିକୁନି ଛାତ୍ରଛାତ୍ରୀଙ୍କୁ ଜନ୍ମଦିନ ଅବସରରେ ସେମାନଙ୍କ ଆବଶ୍ୟକ ପାଠ୍ୟ ଉପକରଣ ସାମଗ୍ରୀ ସହ ଶୁଖିଲା ଖାଦ୍ୟ ପ୍ରଦାନ କରି ନିଜର ଜନ୍ମଦିନ ସ୍ମୃତିକୁ ଚିର ସ୍ମରଣୀୟ କରିଛନ୍ତି ଓଡ଼ିଶା ଟୁଡେ ସମ୍ପାଦକ ସୁବ୍ରତ ଦାଶ । ୧୯୯୫ ମସିହା ଜନ୍ମାଷ୍ଟମୀ ତିଥିରେ ଜନ୍ମ ଗ୍ରହଣ କରିଥିବା ସୁବ୍ରତ ୩୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ଅରକ୍ଷିତ ପରିଛା, ପ୍ରମୋଦ ପ୍ରଧାନ, ପ୍ରଶାନ୍ତ ରାଉତ, ପ୍ରଭାକର ନାୟକ ପ୍ରମୁଖ ସହଯୋଗ କରିଥିଲେ । କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରି ସେମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା । ପିଲା ମାନଙ୍କର ଉତ୍ତୋରାତ୍ତର ଉନ୍ନତି ସହ ଉତ୍ତମ ଭବିଷ୍ୟତ କାମନା କରିଥିଲେ ସୁବ୍ରତ । ପିଲାମାନେ ମଧ୍ୟ ସୁବ୍ରତଙ୍କୁ ତାଙ୍କର ଜନ୍ମ ଦିନର ଅଭିନନ୍ଦନ ଜଣାଇଥିଲେ। ଏହି ମହାନ କାର୍ଯ୍ୟ କୁ ଦେଖି ଗ୍ରାମବାସୀ ଭୁୟସୀ ପ୍ରଶଂସା କରିଥିଲେ।