
ସୁବର୍ଣ୍ଣପୁର: ହାତୁଡି ଧରି କାଠକୁ ସାଇଜ କରି ତିଆରି ଚାଲିଛି ଘୋଡା ହାତୀ । ଘର ଭିତରେ ବସି ବ୍ୟକ୍ତି ଜଣକ ମନ ଦେଇ ଏହାକୁ ତିଅରି କରିବାରେ ମସଗୁଲ ଅଛନ୍ତି । କାରଣ ଆଗକୁ ଆସୁଛି ପୁରା ଉଆଁସ ବା ସପ୍ତପୁରୀ ଅମାବାସ୍ୟା । ଏହି ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ମହାରଣାପଡାର । ମହାରଣାପଡାର ଘରେ ଘରେ ମହାରଣାମାନେ ଏବେ ଏଭଳି କାଠର ଘୋଡା ହାତୀ ତିଆରେ ବ୍ୟସ୍ତ ଅଛନ୍ତି । କାରଣ ହାତରେ ସମୟ କମ୍ । ଆସନ୍ତା ଶନିବାର ୨୩ ତାରିଖରେ ପରମ୍ପରା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ଗାଁଠୁ ସହର ସବୁଠି ଟଣା ହେବ ଘୋଡା ଆଉ ହାତୀ ।ଛୋଟ ଛୋଟ ଛୁଆମାନେ ପରମ୍ପରା ଅନୁସାରେ ପାଳନ କରିବେ ପୁରା ଉଆଁସ ପର୍ବ । ଏଣୁ ଏହାକୁ ବଜାରରେ ବିକ୍ରୀ କରିବାକୁ ଏବେ ରାତିଦିନ ଏକ କରି ଏସବୁ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ମହାରଣାମାନେ । ସେଥିପାଇଁ ବସିଛି ସ୍ଵତନ୍ତ୍ର ପୁରାଉଆଁସ ହାଟ । ଆଉ ଏଠାରେ ମିଳୁଛି କିସମ କିସମର ଚଣା, ଡାଲି, ଘୋଡା, ହାତୀ । ଆଉ ଏସବୁ ଜିନିଷକୁ ଏକାଠି ପାଇ ଗ୍ରାହକ ବି ଖୁସ୍ । କେବଳ ଘରର ମୁରବି ନୁହଁନ୍ତି । ଏହି ହାତୀ ଘୋଡା ତିଆରିରେ ପୁରା ପରିବାର ସହଯୋଗ କରନ୍ତି ।ପୁୁରୁଷମାନେ ହାତୀ ଘୋଡା ତିଆରି କରୁଥିବାବେଳେ ଘରର ମହିଳାମନେ ତାକୁ ରଙ୍ଗ ଦେଇ ଆକର୍ଷଣୀୟ କରିଥାନ୍ତି । ପୁରା ପରିବାରର ଶ୍ରମରେ ପ୍ରସ୍ତୁତ ହୋଇଥାଏ ଏସବୁ ଜିନିଷ । ବର୍ଷ ଯାକର ଏହି ସମୟରେ ଘୋଡାହାତୀ ତିଆରିକରି ବଜାରରେ ବିକ୍ରୀକରି ଭଲ ଦୁଇପଇସା ଉପାର୍ଜନ କରିଥାନ୍ତି ମହାରଣା ସମ୍ପ୍ରଦାୟ । ହେଲେ ସେମଲି କାଠ ଅଭାବ ଯୋଗୁଁ ଏମାନଙ୍କ ଜୀବନ ଜୀବିକା ହରାଇବାକୁ ବସିଲେନି ।ଗତବର୍ଷ ଭଳି ଏ ବର୍ଷ ବି ବ୍ୟବସାୟ ମାନ୍ଦାଥିବା କହିଛନ୍ତି ଏମାନେ । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା ଅଭିଯୋଗ ହୋଇଛି । କେବଳ ଜୀବିକାକୁ ଛାଡିନପାରି ଏହି ଧନ୍ଦା କରୁଥିବା କହିଥିବାବେଳେ ସରକାରୀ ସହାୟତା ଦାବୀ ହୋଇଛି । ସେପଟେ ବେପାରି ଏହି ଦିନକୁ ପେସା କରିଥିବା ବେଳେ ଭଲ ଦୁଇପଇସା ରୋଜଗାର କରିପାରିଛି ବୋଲି କହିଛନ୍ତି । ପୁରା ଉଆଁସ ପର୍ବରେ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଓ ଦୈନନ୍ଦିନ ଜୀବନ ଯାପନ ଶୈଳୀ ଶିଖିବାକୁ ନେଇ ଘର କରଣା ଶିଖିବା ସାଙ୍ଗକୁ ପରମ୍ପରାକୁ ବଞ୍ଚାଇ ପାରିବ ନିଶ୍ଚୟ ।