
ଜଗନ୍ନାଥ ପ୍ରସାଦ, ୨୧/୮. ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଝାଡ଼ାଭୂମି ଗ୍ରାମ ନିକଟ କାଳଞ୍ଜି ନୂଆପଲି ଗ୍ରାମର ଏସଜିଏସ ଛାତ୍ରୀ ଶିବାନୀ ବିଷୋୟୀ ଗତ ନୀଟ୍ ପ୍ରବେଶିକାରେ ମେରିଟ୍ ୧୫୭ ରାଙ୍କ୍ ପାଇଥିବାରୁ ସେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏମବିବିଏସ ପ୍ରବେଶ ପାଇଁ ମନୋନୀତ ହୋଇଛନ୍ତି। ଶିବାନୀ ମଧ୍ୟବିତ୍ତ ପରିବାରର ବୋଲି ଜଣାପଡ଼ିଛି। ତାଙ୍କ ବାପା ଜଣେ ଚାଷୀ ଏବଂ ମାଆ ଜଣେ ଗୃହିଣୀ। ନିଜ ଚେଷ୍ଟାରେ ପିଲାଦିନରୁ ଶିବାନୀ କଠିନ ପରିଶ୍ରମ କରି ଆଜି ସଫଳତା ହାସଲ କରିଛନ୍ତି। ଝାଡଭୂମିର ଆରଆର ହାଇସ୍କୁଲରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରୁ +୨ରେ ଶେଷ କରି ପ୍ରବେଶିକା ପରୀକ୍ଷା ଦେଇଥିଲେ।ଶିବାନୀଙ୍କ ଏହି ସଫଳତା ପାଇଁ ତାଙ୍କୁ ସାଙ୍ଗସାଥି, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି।