ଭଞ୍ଜନଗର: ଘର ଛାତ ଉପରୁ ୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ଭଞ୍ଜନଗର,୨୩/୮ 🙁 ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗ୍ରାମରୁ ଆଜି ଏକ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଗ୍ରାମର ସନାତନ ସାହୁଙ୍କ ଘର୍ ଛାତ ଉପରେ ଏହି ବିଷଧର ସାପ ରହିଥିବା ପରିବାର ଲୋକେ ଦେଖିଥିଲେ। ଏହା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ସ୍ନେକ୍ ରେସ୍କୁ ଟିମ୍ ର ସଞ୍ଜୟ କୁମାର ସ୍ବାଇଁ, ଭୀକାରି ବିଷୋୟୀ,କେଦାର ମଲ୍ଲିକ,ପ୍ରମୋଦ ବିଷୋୟୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୧୦ ଫୁଟ ହେବା ସହ ନିକଟସ୍ଥ ଡାଙ୍ଗୁଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଛଡାଯାଇଥିବା ବନ କର୍ମଚାରୀ ପ୍ରକାଶ କରିଛନ୍ତି।