ଦେହରୁ ଅଲଗା ହେଲା ବାମ ହାତ, ମଦ ନିଶା ହେଲା କାଳ

ଭଞ୍ଜନଗର ୨୮/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ମୁଖ୍ୟ ରାଜପଥ ଉଢ଼ୁରା ନିକଟରେ ଦେଖିବାକୁ ମିଳିଛି ଏକ ମର୍ମଦୁତ ସଡକ ଦୁର୍ଘଟଣା ଯେଉଁଥିରେ କି ଗୋଟିଏ ୩୦ ବର୍ଷୀୟ ଯୁବକଙ୍କର ବାମ ପଟ ର ହାତ ଛିଣ୍ଡିଯାଇଥିଲା । ଦିନକୁ ଦିନ ବୃଦ୍ଧି ପାଉ ଥିବା ସଡକ ଦୁର୍ଘଟଣା ଚିନ୍ତା ବଢ଼ାଉ ଥିବା ବେଳେ ଏଥି ମଧ୍ୟରୁ ଅନେକ ନିଶା ଶକ୍ତ ଯୁବକ ଙ୍କ ଦ୍ରୁତ ଯାନବାହନ ଚାଲାଣ ରେ ଚାଲି ଯାଉଛି ନିରୀହ ଜୀବନ । ୩୦ ବର୍ଷର ଜଣେ ଯୁବକ ନିଶାରେ ଗାଡି ଚଳାଇ ରାସ୍ତା କଡରେ ଥିବା ଏକ ଜେସିପି ଗାଡିକୁ ଧକ୍କା ଦେଇଥିଲେ।ଏଥିରେ ଯୁବକ ଙ୍କ ହାତ ଛିଡି ଜେସିବି ଗାଡ଼ିରେ ଲାଗି ଝୁଲି ରହିଥିଲା,ଏବଂ ଯୁବକ ଜଣକ ଗୁରୁତର ହୋଇଛିନ୍ତ।ଯୁବକ ଜଣକ ଚଳାଉ ଥିବା ଗାଡ଼ିଟି ରାସ୍ତା କଡ ଚାଷ ଜମିରେ ପଡି ଥିବା ବେଳେ ଯୁବକ ଜଣକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଯୁବକ ଜଣକ ଜଗନ୍ନାଥ ପ୍ରସାଦ ଥାନା ଅଧୀନ ପଞ୍ଚଭୁତି ଅଂଚଳର ବୋଲି ଜଣା ପଡ଼ିଛି ।