ଇନସପେକ୍ଟର ଓ ଏସଆଇଙ୍କ ବଢ଼ିଲା କ୍ଷମତା,ଏସସି ଏସଟି ଆଇନ ଅନୁସାରେ ନୂଆ କ୍ଷମତା ପ୍ରଦାନ

ଭୁବନେଶ୍ୱର : ରାଜ୍ୟରେ ଇନସପେକ୍ଟର ଓ ଏସଆଇଙ୍କୁ ମିଳିଲା ନୂଆ କ୍ଷମତା । ଏସସି ଏସଟି ଆଇନ ଅନୁସାରେ ନୂଆ କ୍ଷମତା ପ୍ରଦାନ କରାଯାଇଛି । ଇନସପେକ୍ଟର ଓ ଏସଆଇଙ୍କୁ ତଦନ୍ତ ଓ ଗିରଫ କ୍ଷମତା ମିଳିଲା ।ଏସସି/ ଏସଟି ଅତ୍ୟାଚାର ପ୍ରତିରୋଧକ ଆଇନ ଅନୁସାରେ ମିଳିଲା କ୍ଷମତା । ପୂର୍ବରୁ ତଦନ୍ତ ଓ ଗିରଫ କ୍ଷମତା ଡିଏସପିଙ୍କ ପାଖରେ ରହିଥିଲା। ଏନେଇ ଗୃହବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ୧୯୮୯ର ପ୍ରବର୍ତ୍ତନକୁ ସୁଦୃଢ଼ କରିବା ପାଇଁ, ଓଡ଼ିଶା ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ପୁଲିସ ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରମାନଙ୍କୁ ଏହି ଆଇନ ଅନୁଯାୟୀ ଗିରଫ, ତଦନ୍ତ ଏବଂ ମାମଲା ରୁଜୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଉଛି ।