
ରାଇରଙ୍ଗପୁର (ଶ୍ଯାମଳେନ୍ଦୁ ପରିଡା)ରାଇରଙ୍ଗପୁର କଲେଜଛକ ପାଖରେ ଥିବା କୁଡୁମି ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନରେ ଚଳିତ ବର୍ଷ କରମ ପରବର ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶା କୁଡୁମି ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି | ଓଡିଶା କୁଡୁମି ସମାଜର ସଭାପତି ନବୀନ କିଶୋର ମହାନ୍ତ ଏବଂ ସମ୍ପାଦକ ମନୋଜ କୁମାର ମହାନ୍ତଙ୍କ ପ୍ରତ୍ଯକ୍ଷ ତତ୍ୱାବଧାନରେ ଗତ ୨୮ ଅଗଷ୍ଟ ଠାରୁ କରମ ପରବର ପ୍ରଥମ ପର୍ଯାୟରେ ଶହଶହ କୁଡୁମି ସମ୍ପ୍ରଦାୟ ପୁରୁଷ ଏବଂ ମହିଳାଙ୍କ ଗହଣରେ ସ୍ଥାନୀୟ ହଳଦା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଡବାଇକଳା କାହ୍ନୁନଦୀ କରମଘାଟରୁ କୁଡୁମି ସମ୍ପ୍ରଦାୟ କୁମାରୀ ଝିଅ ମାନଙ୍କ ଦ୍ୱାରା ଜାୱାଉଠା କାର୍ଯ୍ୟକ୍ରମ ବଡ଼ ଧୁମଧାମ୍ ରେ ଅନୁଷ୍ଠିତ ହୋଇଥିଲା | ତାର ପରବର୍ତ୍ତୀ ପର୍ଯାୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଆଖ ପାଖର ଗାଁ ମାନଙ୍କରୁ କୁଡୁମି ସମ୍ପ୍ରଦାୟ ର ଲୋକମାନେ ଆସି ଜାୱା ବେଢା କାର୍ଯ୍ୟକ୍ରମକୁ ପୂର୍ଣ୍ଣାଙ୍ଗ ସ୍ୱରୂପ ଦେଇଥିଲେ | କରମ ପରବ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁରହିବାକୁ ଥିବାବେଳେ ଗତ ୧ ସେପ୍ଟେମ୍ବର ଦିନ ଓଡିଶା କୁଡୁମି ସମାଜ ଦ୍ୱାରା ଆୟୋଜିତ କରମ ପରବ ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଏବଂ ସମ୍ମାନିତ ଅତିଥି ଭାବେ ଝାରଖଣ୍ଡ ରାଜ୍ୟର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସମାଜସେବୀ ଛୁଟନି ମାହାତୋ ଏବଂ ଝାରଖଣ୍ଡ ପ୍ରଦେଶର କୋଲ୍ହାନ ବିଶ୍ୱବିଦ୍ୟାଳୟର କୁଡୁମାଲି ବିଭାଗର ପ୍ରଫେସର ସୁବାସ ମାହାତୋ ଯୋଗଦାନ କରିଥିଲେ | ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କୁଡୁମି ସମ୍ପ୍ରଦାୟର ଚନ୍ଦନ ମହାନ୍ତ, ଗାୟତ୍ରୀ ମହାନ୍ତ ଏବଂ ମୌସୁମୀ ମହାନ୍ତଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଏବଂକୁଡୁମି ସମାଜର ପ୍ରତୀକ ହଳଦିଆ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ଏଥିସହିତ ତିନିଜଣ ବିଶିଷ୍ଟ ସାମ୍ବାଦିକ ଅନଶନ ମହାନ୍ତ, ତୁଷାରକାନ୍ତ ମହାନ୍ତ ଓ ପ୍ରଦୀପ ମହାନ୍ତଙ୍କୁ ହଳଦିଆ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l | ସଫଳ ଉଦ୍ୟୋଗପତି ଭାବେ ନୂଆଗାଁ ଗ୍ରାମର ନରେଶ ଚନ୍ଦ୍ର ମହାନ୍ତଙ୍କୁ ମନୋନୀତ କରଯାଇ ସମ୍ମାନିତ କରଯାଇଥିଲା | କୁଡୁମାଲି ପ୍ରଥା ପରମ୍ପରା ଅନୁସାରେ କାମ କରିଥିବା ସମାଜର ବନ୍ଦିତା ମହାନ୍ତ, ରଶ୍ମିତା ମହାନ୍ତ, ସୁକାନ୍ତି ମହାନ୍ତ, ସୁଲୋଚନା ମହାନ୍ତ, ବୈଜୟନ୍ତୀ ମହାନ୍ତ, ଗାୟତ୍ରୀ ମହାନ୍ତ, ଯଁଗେଶ୍ୱରୀ ମହାନ୍ତ, ଶରଧାମଣୀ ମହାନ୍ତ, ସସ୍ମିତା ମହାନ୍ତଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଝୁମର ସମ୍ରାଟ ରଣଜିତ ମାହାତୋ ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ହଜlର ହଜାର କୁଡୁମି ସମ୍ପ୍ରଦାୟର ପୁରୁଷ ମହିଳା ଯୋଗଦେଇ ଥିବା ବେଳେ ଓଡିଶା କୁଡୁମି ସମାଜର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ |