
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ବନ୍ଧା ହେଲେ ପୁରୁଷ ବନ୍ଧୁ । ପୁରୁଷ ବନ୍ଧୁଙ୍କୁ ଗିରଫ କଲା ଗୋପାଳପୁର ଥାନା ପୋଲିସ । ଗିରଫ ଜଣକ ହେଲେ ଜଗିଆପଲ୍ଲୀ ଗାଁର କେଦାର ଦାସ । ନାବାଳିକା ବାପାମାଆଙ୍କ ଅଭିଯୋଗରେ ଗିରଫ କରିଛି ପୋଲିସ। ନାବାଳିକାକୁ ବାଳସୁଧାର ଗୃହକୁ ପଠାଯାଇ ଅଧିକ ପଚରାଉଚରା କରାଯିବ ।ଗତକାଲି ଗୋପାଳପୁର ଥାନ ପରିସରରେ ଫିନାଇଲ ପିଇଦେଇଥିଲେ ନାବାଳିକା । ଏକ ଲଜରେ ରୁମ ପାଇଁ ନାବାଳିକା ଓ ନିଜର ପୁରୁଷବନ୍ଧୁ ଯାଇଥିଲେ। ବୟସ ୧୮ ବର୍ଷ ହୋଇ ନଥିବରୁ ଲଜ୍ ମାଲିକ ରୁମ୍ ଦେଇନଥିଲେ । ଏହାକୁ ନେଇ ନାବାଳିକା ଓ ପୁରୁଷ ବନ୍ଧୁ ଗୋପାଳପୁର ଥାନାକୁ ଯାଇଥିଲେ। ଗୋପାଳପୁର ପୋଲିସ ନାବାଳିକାଙ୍କ ପରିବାରକୁ ଥାନାକୁ ଡକାଇଥିଲେ। ପରିବାର ଲୋକେ ଆସିବା ପରେ ତାଙ୍କ ସହ ନାବାଳିକାଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ସେ କ କିଛି ରସାୟନିକ ଦ୍ରବ୍ୟ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଏସପି ସୂଚନା ଦେଇଛନ୍ତି । ଘଟଣାରେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରାଯାଇଛି