ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା : ୪ ଶିକାରୀ ଗିରଫ, ୩ ବନ୍ଧୁକ ଓ ଧନୁତୀର ଜବତ

ଉଦଳା : ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା । ୪ ଶିକାରୀ ଗିରଫ ସହ ୩ ବନ୍ଧୁକ ଓ ଧନୁତୀର ଜବତ । ଶିମିଳିପାଳ ଜଙ୍ଗଲରୁ ବହୁ ସମୟରେ ଶିକାର କରୁଥିଲେ ଅଭିଯୁକ୍ତ । ପୋଡ଼ାଡିହା ରେଞ୍ଜରେ ଶିକାର ପାଇଁ ଯାଇଥିବା ବେଳେ କଏଦ କରିଥିଲା AI କ୍ୟାମେରା । ଏସଟିଆରଏଫ ଭଞ୍ଜବସା ଡ଼ଙ୍ଗାଡିହା ଅଞ୍ଚଳରେ ଚଢ଼ାଉ କରି ଘରୁ ୪ ଜଣ ଶିକାରୀଙ୍କୁ ଉଠାଇ ଆଣିଥିଲା । ଗିରଫ ଶିକାରୀ ହେଲେ ଡ଼ଙ୍ଗାଡାହୀ ଗାଁର ରନ୍ଧା ଆଳଦା,ମଦନ ବରୀ,ସାନବାଇକ ବାନାରା ଓ ବଜୟ ସିଙ୍କୁ । ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସମେତ ଧନୁତୀର ଜବତ ହୋଇଛି । ଶିମିଳିପାଳ ଜଙ୍ଗଲରୁ ବହୁ ସମୟରେ କୁଟୁରା, ଗୁରାଣ୍ଡି,ବାରହା ଶିକାର କରନ୍ତି ବୋଲି ସ୍ବୀକାର କରିଛନ୍ତି ୪ ଅଭିଯୁକ୍ତ ।