
ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି): ଯାଜପୁର ଜିଲ୍ଲା ର କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ଟାଟା ଷ୍ଟିଲ ନୀଳାଚଳ ଇସ୍ପାତରୁ ଲଗାଣ ବର୍ଷା ହେତୁ କାରଖାନାରୁ କେମିକାଲ ଓ କୋଇଲା ମିଶ୍ରିତ କଳା ବର୍ଜ୍ୟ ପାଣି ବାହାରି ଧାନ କ୍ଷେତ ରେ ମିଶିଲା। ଫଳରେ କାରଖାନା ନିକଟରେ ଥିବା ସାରଙ୍ଗପୁର ପ୍ରଭୃତି ଗ୍ରାମର ମହନ୍ତ ସାହି, ଗୁଡ଼ିଆ ସାହି ଓ ହରିଜନ ସାହିର ସହ ସହ ଏକର ଜମି ର ଧାନ ଫସଲ ନଷ୍ଟ ହୋଇଯିବାର ଦେଖା ଯାଇଛି। ଏକପକ୍ଷେ ସ୍ଥାନୀୟ ଯୁବକ ଙ୍କୁ ନିଯୁକ୍ତି ମିଳୁ ନାହିଁ, ବିସ୍ଥାପିତ ସମସ୍ୟା ଦୂର ହୋଇ ନାହିଁ, ଶେଷ ରେ ଚାଷୀ ମାନଙ୍କ ଜମି ରେ କାରଖାନା ନିର୍ଗତ ଦୂଷିତ କେମିକାଲ ପାଣି ମିଶି ଫସଲ ନଷ୍ଟ କରୁଛି। ଏ ସମ୍ପର୍କ ରେ ଅଭିଯୋଗ କଲେ କାରଖାନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଜନ ପ୍ରତିନିଧି ନିରବ l ପ୍ରଶାସନ ସରକାର ଜନ ପ୍ରତିନିଧି ମାନେ ଶିଳ୍ପପତି ମାନଙ୍କ ମୋହରା ସାଜିଛନ୍ତି। ବିସ୍ଥାପିତ ସାଧାରଣ ଜନତା ଙ୍କ ସମସ୍ୟା ପ୍ରତି ଧ୍ୟାନ ନ ଦେଇ ଶିଳ୍ପପତି ମାନଙ୍କ ସହ ହାତ ମିଳାଇବା ଦ୍ୱାରା ଶିଳ୍ପପତି ମାନେ ବିସ୍ଥାପିତ ଓ କାରଖାନା ରେ ଚତୁଃ ପାର୍ଶ୍ଵ ରେ ଥିବା ଗ୍ରାମ ଗୁଡିକ ଉପରେ ଦାଉ ସାଜି ଶୋଷଣ କରୁଛନ୍ତି l ଏବେ କାରଖାନା ର କେମିକାଲ ଦୂଷିତ ଓ କୋଇଲା ଗୁଣ୍ଡ ପାଣି ମିଶି ଧାନ ପସଲ ଉଜୁଡି ଗଲା। ତାହାର କ୍ଷତି ପୂରଣ ଭରଣା କିଏ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ଚାଷୀ ମୂଲିଆ ପରିବାର ଧାର କରଜ କରି ବର୍ଷକ ପାଇଁ ଧାନ ଫସଲ କରି ପରିବାର ଗୁଜୁରାଣ ମେଣ୍ଟାଇବାକୁ ଆଶା ରଖୁଥିବା ବେଳେ କାରଖାନାର କଳା ପାଣି ଜମିରୁ ଫସଲ ନଷ୍ଟ ହେବା ନେଇ ଚିନ୍ତାରେ ପଡ଼ିଛନ୍ତି । ପାଖାପାଖି ୨ ଏକହଜାର ରୁ ଜମିରେ ଏହି କୋଇଲା ଗୁଣ୍ଡ ମିଶା କେମିକାଲ ପାଣି ରେ ବୁଡି ରହିଛି l ଚାଷୀ ମାନଙ୍କୁ କାର ଖାନା କର୍ତ୍ତ୍ତୃପକ୍ଷ ଉପ ଯୁକ୍ତ କ୍ଷତି ପୂରଣ ନ ଦେଲେ କଳିଙ୍ଗନଗର ରେ ଚାଷି ଆନ୍ଦୋଳନ ଭୟାବହ ହେବ ବୋଲି ସୂଚନା ମିଳୁଛି।
ଏପରିକି ଲୋକଙ୍କ ଘରେ ଏହି ଦୂଷିତ ଜଳ ପଶି ଘର ଭିତରକୁ କଳା କରିଦେଇଥିବା ଦେଖା ଦେଇଛି। ଏ ନେଇ ସ୍ଥାନୀୟ ପ୍ରଦୂଷଣ ଅଧିକାରୀ ମଦନ ମୋହନ ସାହୁଙ୍କୁ ପଚାରିବାରୁ
ସେ କହିଥିଲେ କି ଏ ବିଷୟରେ ଅଭିଯୋଗ ପାଇ ତଦନ୍ତ ପାଇଁ କାରଖାନାକୁ ଯାଇଥିଲେ। ଲଗାଣ ବର୍ଷା ଅଧିକା ମାତ୍ରାରେ ହେବାରୁ କାରଖାନାର ନିଜ ଜାଗାରୁ କୋଇଲା ମିଶ୍ରିତ ପାଣି
ଚାଷ ଜମିକୁ ଯାଇଛି । ପାଣିର ନମୁନା ଅଣାଯାଇଛି, ପରୀକ୍ଷା ନିମନ୍ତେ ପରୀକ୍ଷାଗାରକୁ ପଠାଯିବ। ନମୁନା ପରୀକ୍ଷାଗାରରୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ତଦନ୍ତ କରି ସରିଲା ପରେ ଏ ସମ୍ପର୍କ ରେ ଅଧିକ କହିବେ ବୋଲି ଗଣମାଧ୍ୟମକୁ ଉତ୍ତର ଦେଇଥିଲେ।