ମା ପାଇଁ ଗଛ ଟିଏ – ଗଛ ଲଗାଇଲେ ଭଞ୍ଜନଗର ଆଇଆଇସି ଓ ଏସଡିପିଓ

ଭଞ୍ଜନଗର ୧୭/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ‘ମା ପାଇଁ ଗଛ ଟିଏ’ ଅଭିଯାନ ଅଧୀନରେ ବୁଧବାର ସାରା ଦେଶରେ ଗଛ ଲଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କ୍ରମରେ ଭଞ୍ଜନଗର ଥାନା ପକ୍ଷରୁ ମଧ୍ୟ ମା ପାଇଁ ଗଛ ଟିଏ ଅଭିଯାନ ଅଧିନରେ ଥାନା ପରିସରରେ ଗଛ ଲଗାଯାଇଛି। ଏହା ପୁର୍ବରୁ ସମସ୍ତେ ଥାନା ପରିସରରୁ ଏକ ରାଲି ବାହାରି ସହର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା, ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଶୁଳପାଣି ଶତପଥି, ସନ୍ତୋଷ ଜେନାଙ୍କ ସମେତ ବହୁ ସ୍ବେଛାସେବୀ ଓ ଥାନା କର୍ମଚାରୀ ଉପସ୍ଥିତ ଥିଲେ।ସେହିଭଳି ଉପଖଣ୍ଡ ର ତାରାସିଂ, ବେଲଗୁଣ୍ଠା,ଜଗନ୍ନାଥପ୍ରସାଦ, ଆସିକା, ସୋରଡ଼ା,ଧରାକୋଟ ବ୍ଲକର ବିଭିନ୍ନ ସରକାରୀ କାର୍ଯାଳୟ,ପଞ୍ଚାୟତ ଓ ଥାନାରେ ମଧ୍ୟ ଗଛ ଲଗାଯାଇଛି।ସରକାରୀ ଅଧିକାରୀ, ନିର୍ବାଚିତ ଜନପ୍ରତିନିଧି ଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ ଏଥିରେ ଅଶଂଗ୍ରହଣ କରି ଗଛ ଲଗାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିବସ ନିମିତ୍ତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କଠାରୁ ଯୁବ ବର୍ଗ, ମହିଳାଙ୍କଠାରୁ ବେସରକାରୀ ଅନୁଷ୍ଠାନ, ଜନ ପ୍ରତିନିଧିଙ୍କଠାରୁ ସମସ୍ତେ ସାମିଲ ହୋଇଥିଲେ। ସମସ୍ତଙ୍କ ଭିତରେ ଏକ ଅଦ୍ଭୁତପୂର୍ବ ଆଗ୍ରହ, ସଂକଳ୍ପ ଓ ଆବେଗ ଦେଖାଦେଇଥିଲା।