
ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସବ୍ କମିଟି ର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ କିଭଳି ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ ସେନେଇ ବୈଠକରେ ନିଆଯିବ ନିଷ୍ପତ୍ତି ।ରତ୍ନ ଅଳଙ୍କାରର ଗଣତି ମଣତି କେବେ ଓ କିଭଳି କରାଯିବ ସେନେଇ ମଧ୍ୟ ଆଲୋଚନା । ବୈଠକରେ ଜିଲ୍ଲାପାଳ, ଏସପି, ଏଏସଆଇ ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ । ବୈଠକରେ ଛତିଶା ନିଯୋଗ ନାୟକ ମଧ୍ୟ ଉପସ୍ଥିତ ।ଆସନ୍ତାକାଲି ବସିବ ପ୍ରଥମ ବୈଠକ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ । ରତ୍ନଭଣ୍ଡାର ମରାମତି ସରିଛି । ତେଣୁ ବାହାରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସବୁ କିଭଳି ଭିତର ସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେବ, ସେନେଇ ବୈଠକରେ ଆଲୋଚନା ହେବ ।ସେପ୍ଟେମ୍ବର ୨୩ରେ ମାହେନ୍ଦ୍ରବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ । ସେଦିନ ଭୋର୍ ୪ ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟିବ । ଦର୍ଶନ ନେଇ ରହିବ କଟକଣା । ପାଳିଆ ସେବାୟତଙ୍କୁ ପାସ୍ ଦିଆଯିବ । ଅସ୍ଥାୟୀ ଖଟ ଶେଯ,ଫୁଲ ଶେଯ ଓ ଚାଙ୍ଗଡ଼ା ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ ।୨୩ ତାରିଖ ଦିନ ମାହେନ୍ଦ୍ର ବେଳା ସକାଳ ୭ଟା୧୭ରୁ ପୂର୍ବାହଣ୧୧ଟା୧୭ ଭିତରେ ସ୍ଥାନାନ୍ତରଣ କାର୍ଯ୍ୟ ହେବ। ସ୍ଥାନାନ୍ତରଣ ସରିବ ପର୍ଯ୍ୟନ୍ତ ଦର୍ଶନ ଉପରେ ରହିବ କଟକଣା। କୌଣସି ଭକ୍ତଙ୍କୁ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଯାଇପାରିବେ ନାହିଁ । ପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।ଏହି ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ସବ କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ରାଜ୍ୟ ସରକାର କରିଥିବା ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିବେ । ସ୍ଥାନାନ୍ତରଣ ସମୟରେ ମହାପ୍ରଭୁଙ୍କ ନୀତି କାନ୍ତିରେ କୌଣସି ପ୍ରଭାବ ପଡିବ ନାହିଁ। ତେବେ ସାଧାରଣ ଭକ୍ତଙ୍କ ପାଇଁ କଟକଣା ଜାରି ରହିବ।ଯଦିଓ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ତେବେ ଭିତର କାଠ ଦର୍ଶନ ଆଦୌ ହେବ ନାହିଁ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସବ୍ କମିଟି ର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେହିପରି ନାଟମଣ୍ଡପ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି।ଏହାପରେ ହୁଣ୍ଡି ସ୍ଥାନାନ୍ତରଣ ହୋଇ ଧାଡ଼ି ଦର୍ଶନ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେବ ।