ଭଞ୍ଜନଗରରେ ରାଜ୍ୟସ୍ତରୀୟ ବ୍ୟାଣ୍ଟମୀଣ୍ଟନ ଟୁର୍ନାମେଣ୍ଟ ଆୟୋଜିତ

ଭଞ୍ଜନଗର : ୨୦/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ରାଜ୍ୟ ସ୍ଥରୀୟ ବ୍ୟାଣ୍ଟମୀଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡୋର କ୍ରୀଡା ପ୍ରଶିକ୍ଷକ ବିଶ୍ଵମୋହନ ଆଚରି ଙ୍କ ତତ୍ୱାବଧାନ ରେ ରାଜ୍ୟର ବିଭନ୍ନ ଜିଲ୍ଲାରୁ ଖେଳାଳି ମାନେ ମେଚ ରେ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରୋଟାରି କ୍ଳବ ସଭାପତି ରଞ୍ଜିତ କୁମାର ବାରିକ, ବିପଦର ବନ୍ଧୁ ଉପଦେଷ୍ଟା କେ ଶଙ୍କର ନାରାୟଣ ପାତ୍ର,ପି ଯଶୋବନ୍ତ ସୁବୁଦ୍ଧି, ମାନସ ରଞ୍ଜନ ରାଉଳ, ଅଚ୍ୟୁତାନନ୍ଦ ଆଚାର୍ଯ୍ୟ ଯୋଗଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ସହ ରିବନ କାଟି ଖେଳାଳି ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ଅତିଥି ମାନେ। ସୂଚନା ପ୍ରକାରେ ଦୁଇଦିନ ଧରି ଖେଳ ଚାଲୁରହିବ ବିଜୟ ହାସଲ କରିଥିବା ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଦୀର୍ଘ ସତବର୍ଷ ର ବ୍ୟବଧାନ ପରେ ଭଞ୍ଜନଗର ରେ ଏପରି ଏକ ରାଜ୍ୟସ୍ତରୀୟ ବ୍ୟାଣ୍ଟମୀଣ୍ଟନ ଖେଳ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି। ଅରକ୍ଷିତ ପରିଛା କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ପି ଗୁପ୍ତେଶ୍ୱର ପାତ୍ର, ଚନ୍ଦନ ସୁବୁଦ୍ଧି,ବିକ୍ରମ କେଶରୀ ପଣ୍ଡା ଓ ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟ ମାନେ ସହଯୋଗ କରିଥିଲେ।