ଯୁବତୀମାନେ ସାବଧାନ, AI ତିଆରି କରୁଛି ଅଶ୍ଳୀଳ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଛି ଏକ ବଡ଼ ଅଘଟଣ । ଫଳ ଦୋକାନୀର ସାଙ୍ଗ ଘରକୁ ଆସିଲା । ସ୍ତ୍ରୀର ସାଦା ଫଟୋ ଉଠାଇ ନେଇ ପଳାଇଲା । ଆଉ ତା’ପରେ ଘରେ ବସି AI ଦ୍ୱାରା ଅଶ୍ଳୀଳ ଫଟୋ ତିଆରି କଲେ । ଫୋନରେ ଧମକ ଦେଲା ୫ ଲକ୍ଷ ଟଙ୍କା ଦିଅ ନହେଲେ ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ କରିଦେବି । ଫଳ ଦୋକାନୀର ନିରୀହ ସ୍ତ୍ରୀ ଯେତେବେଳେ ଟଙ୍କା ଦେଲା ସେତେବେଳେ ଏ ଦଗାଦିଆ ବନ୍ଧୁ କହିଲା ଖାଲି ସେତିକିରେ ହେବନି ମୋତେ ଖୁସି କରାଓ । ଦର୍ଶକବନ୍ଧୁ ଏଭଳି ଲୋମ ଟାଙ୍କୁରା ଘଟଣା ଦିଲ୍ଲୀର ଲାହୋରୀ ଗେଟ୍ ଅଞ୍ଚଳରେ ଘଟିଛି ।ଦିଲ୍ଲୀରେ ଜଣେ ଫଳ ଦୋକାନୀଙ୍କ ବନ୍ଧୁ ଅନୀସ୍ ସିଦ୍ଦିକି ଫଳ ଦୋକାନୀଙ୍କ ସ୍ତ୍ରୀଙ୍କର ଅଶ୍ଳୀଳ ଭିଡିଓ ତିଆରି କରିବା ପାଇଁ AI ବ୍ୟବହାର କରିଥିଲେ । ପରେ ତାଙ୍କ ଇଜ୍ଜତ ଲୁଟିଥିଲେ ଏବଂ ଲକ୍ଷ ଲକ୍ଷ ଟଙ୍କା ବି ଲୁଟି ନେଇଥିଲେ । ଦିଲ୍ଲୀର ଲାହୋରୀ ଗେଟ୍ ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ବନ୍ଧୁ ଅନୀସ ସିଦ୍ଦିକି AI ସହାୟତାରେ ତାଙ୍କର ଏକ ସାଧାରଣ ଫଟୋକୁ ଆପତ୍ତିଜନକ ଫଟୋ ଏବଂ ଭିଡିଓରେ ରୂପାନ୍ତରିତ କରିଥିଲେ । ତା’ପରେ ତାଙ୍କୁ ବ୍ଲାକମେଲ୍ କରିଥିଲେ, ଅନେକ ଥର ଦୁଷ୍କର୍ମ କରିଥିଲେ ଏବଂ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ।ମହିଳା ଜଣକ କହିଛନ୍ତି ଯେ ଅନୀସ୍ ପ୍ରାୟତଃ ତାଙ୍କ ଘରକୁ ଆସୁଥିଲେ। ଗତ ସେପ୍ଟେମ୍ବରରେ, ଏକ ଜନ୍ମଦିନ ପାର୍ଟି ସମୟରେ, ସେ ତାଙ୍କ ସହିତ ଏକ ଫଟୋ ଉଠାଇଥିଲେ। ତା’ପରେ ସେ ଫଟୋକୁ କରି ଆପତ୍ତିଜନକ ଭାବେ ଏଡିଟ କରିଥିଲେ । ଚଳିତ ବର୍ଷ ଜୁନ୍ ମାସରେ, ଯେତେବେଳେ ମହିଳାଙ୍କ ସ୍ୱାମୀ ବାହାରେ ଥିଲେ, ଅନୀସ୍ ଘରକୁ ଆସି ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ, ଯଦି ସେ ନ ମାନିଲେ ତାଙ୍କୁ ଛାଡପତ୍ର କରାଇଦେବାକୁ ଧମକ ଦେଇଥିଲେ । ତା’ପରେ ସେ ତାଙ୍କୁ ବହୁବାର ଦୁଷ୍କର୍ମ କରିଥିଲେ ।ପୀଡିତା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ସେ ତାଙ୍କୁ ବ୍ଲାକମେଲ୍ କରିଥିଲେ ଏବଂ ବହୁବାର ଦୁଷ୍କର୍ମ କରିଥିଲେ, ତାଙ୍କଠାରୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ୧୦୦ ଗ୍ରାମ ସୁନା ଅଳଙ୍କାର ଆଦାୟ କରିଥିଲେ । ଏହି ବ୍ଲାକମେଲରେ ଅନିସଙ୍କ ମାଆ ଏବଂ ଭଉଣୀ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ତାଙ୍କ ସମସ୍ତ ଦାବି ପୂରଣ କରିବା ସତ୍ତ୍ୱେ, ସେ ତାଙ୍କର ଫଟୋ ଭାଇରାଲ କରିଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ, ପୋଲିସ ଏକ ଏଫଆଇଆର ରୁଜୁ କରିଛି ।