
ଭୁବନେଶ୍ବର:ସଂଗୀତ ପ୍ରେମୀଙ୍କ ପାଇଁ ଏକ ଭଲ ଖବର। ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି। ଏ ନେଇ ଭୁବନେଶ୍ବର ଏମ୍ସ ତରଫରୁ ଏକ ସ୍ବାସ୍ଥ୍ୟ ବୁଲେଟିନରେ ଏହା କୁହାଯାଇଛି। ଏଥିସହିତ ଏମ୍ସ ତରଫରୁ ଅଭିଜିତଙ୍କ ଏକ ଫଟୋ ମଧ୍ୟ ପ୍ରକାଶ କରାଯାଇଛି। ଯେଉଁଥିରେ ଦେଖାଯାଇଛି ଯେ, ଅଭିଜିତ ଏକ ସାଧାରଣ ବେଡରେ ଚିକିତ୍ସିତ ହେଉଛନ୍ତି।ଅଭିଜିତ ଲିଭର ସିରୋସିସ ରୋଗରେ ପିଡିତ ହୋଇ ଭୁବନେଶ୍ବରର ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ପ୍ରଥମେ ଆଇସିୟୁରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ପ୍ରଥମେ ଭେଣ୍ଟିଲେଟର ବାହାର କରାଯାଇଥିଲା। ଏହାପରେ ବର୍ତ୍ତମାନ ସାଧାରଣ ରୋଗୀଙ୍କ ପରି ସାଧାରଣ ବେଡରେ ରହି ଚିକିତ୍ସିତ ହେଉଛନ୍ତି।