ସୋରଡ଼ା: ଠେଙ୍ଗା ରେ ପିଟି ପିଟି ବୃଦ୍ଧ ଙ୍କୁ ହତ୍ୟା

ସୋରଡ଼ା ୦୯/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗ୍ରାମ ନିକଟରୁ ବୃଦ୍ଧା ଙ୍କ ମୃତ ଶରୀର ଜବତ । ଠେଙ୍ଗାରେ ପିଟି ପିଟି ବୃଦ୍ଧକୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ବୃଦ୍ଧ ହେଲେ ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମର ଶିଶିର ମୁନି। ସ୍ଥାନୀୟ ଲୋକ ମାନେ କହୁଛନ୍ତି ମୃତକ ଜଣକ ଭିକ ମାଗି ଚାଲୁଥିବା ଭିକାରୀ ।ସୂଚନା ମୁତାବକ ଗତ କାଲି ରାତ୍ର ସମୟରେ କିଛି ଦୁବୃର୍ତ୍ତ ଅତ୍ୟଧିକ ମଦ୍ୟ ପାନ ନିଶାରେ ଭିକାରୀ ଜଣଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ସେ ଟଙ୍କା ନ ଦେବାରୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ଆଜି ଭୋର୍ ସକାଳ ସମୟରେ ସ୍ଥାନୀୟ ଲୋକ ପୋଲିସ ରେ ସୂଚନା ଦେବା ପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ମୃତ ଶରୀର କୁ ଜବତ କରିବା ସହ ଏହି ଘଟଣା ସମ୍ବନ୍ଧରେ ଦୁଇ ଜଣଙ୍କୁ ଥାନା ରେ ରଖି ପଚରା ଉଚରା କରୁଥିବା ସୂଚନା ମିଳୁଛି । ହେଲେ ପ୍ରକୃତରେ କେଉଁ କାରଣରୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ।