୪ ଅନାଥ ଝିଅ ଓ ମାଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ତାରସିଂ ଥାନାଧିକାରୀ

ଭଞ୍ଜନଗର ୧୭/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ତାରସିଂ ଥାନା ଅନ୍ତର୍ଗତ ଚଣ୍ଡୀ ପାଟଣା ଗ୍ରାମର ନିକଟରେ ରହୁଥିବା ଦିବଗନ୍ତ ମୁରଲୀ ନାଇକ ଜାଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟର ଛେଳି ଚରାଇ ନିଜର ୪ଟି ଝିଅ ଓ ପତ୍ନୀକୁ ନେଇ ଯେନତେନ ପରିବାର ଚଳାଉଥିଲେ। ହେଲେ ହଠାତ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା ଆଉ ବର୍ତ୍ତମାନ ସ୍ବାମୀର ମୃତ୍ୟୁ ପରେ ୪ଟି ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ପତ୍ନୀ। ମୂରଲୀଙ୍କ ଗୋଟିଏ ଗୋଡ ଭଲ ନଥିବାରୁ ଚଳପ୍ରଚଳ ହେବାରେ ସମସ୍ୟା ରହିଥିଲା। ଏଭଳି ପରିସ୍ଥିତିରେ ମଧ୍ୟ ପରିବାର ପ୍ରତିେପୋଷଣ ନିମନ୍ତେ ଅନ୍ୟର ଛେଳି ଚରାଇ ଯାହା ରୋଜଗାର କରୁଥିଲେ ସେଥିରେ ପୁରା ପରିବାର ଚଳୁଥିଲେ। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୪ଝିଅଙ୍କୁ ଖାଇବାକୁ ଦୁଇମୁଠା ଦେବା ପାଇଁ ଅସମର୍ଥ ଥିବା ତାଙ୍କ ପତ୍ନୀ ରୀତା ପ୍ରକାଶ କରିଛନ୍ତି। ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ଏକ ପ୍ରକାର ଅସହାୟ ପାଲଟି ଯାଇଛନ୍ତି। ୪ ଟି ଝିଅକୁ ନେଇ ଭବିଷ୍ୟତରେ କିଭଳି ଆଗକୁ ବଢିବେ ସେହି ଚିନ୍ତାରେ ରହୁଥିବା ବେଳେ ସରକାର ଙ୍କ ପକ୍ଷରୁ କିଛି ସହାୟତା ପ୍ରଦାନ କରାଯାଇଥିଲା। ହେଲେ ବର୍ତମାନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିବା ସେହି ଅସହାୟ ପରିବାରର କରୁଣ କାହାଣୀ କୁ ହୃଦୟଙ୍ଗମ କରି ତାରସିଂ ଥାନାଧିକାରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ପୂଜାରୀ ଏବଂ ଇନ୍ସ୍ପେକଟର ସମୀର ବେହେରା,ଏ ଏସ ଆଇ ରୁଦ୍ର ପ୍ରତାପ ଦେହୁରି ଉକ୍ତ ପରିବାର ପାଖରେ ପହଁଞ୍ଚି କିଛି ମାସ ପାଇଁ ଚାଉଳ, ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, କିଛି ଲୁଗା ଏବଂ ପରିବା ପ୍ରଦାନ କରିଥିଲେ। ଶ୍ରୀମତୀ ପୂଜାରୀ ପୂର୍ବରୁ ମଧ୍ୟ ଥାନା ଅଧୀନ ବହୁ ସ୍ଥାନରେ ଏଭଳି ଅସହାୟ ମାନଙ୍କୁ ସହାୟତା ପ୍ରଦାନ କରି ବେଶ ପ୍ରଶଂସା ସାଉଁଟିଛନ୍ତି। ଆଗାମୀ ଦିନ ମାନଙ୍କ ରେ ପିଲାମାନଙ୍କୁ ପାଠ୍ୟ ଉପକରଣ ସହ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।