
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣଙ୍କୁ ଚାଲିଛି ଜେରା । ଗତକାଲି ୧୧ଜଣଙ୍କୁ ଜେରା କରୁଥିଲା ପୋଲିସ । ରାତିରେ ୪ ଜଣଙ୍କୁ ଛାଡ଼ି ଦେଇଛି । ଏବେ ୭ ଜଣଙ୍କୁ ଜେରା ଚାଲିଛି । ବ୍ରହ୍ମପୁର ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ । ଏହି ୭ ଜଣଙ୍କ ଭିତରେ ଅଛନ୍ତି ବିହାରରୁ ପୋଲିସ ଉଠାଇ ଆଣିଥିବା ୩ ଅପରାଧୀଙ୍କ ସମେତ ଅନ୍ୟ ରାଜ୍ୟରୁ ଆସିଥିବା ଅଭିଯୁକ୍ତ ।ଦିଲ୍ଲୀ, ପଶ୍ଚିମ ବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ କିଛି ବ୍ୟକ୍ତିଙ୍କୁ ସଂଦେହରେ ଆଣିଛି ପୋଲିସ । ଏକ UPI ଲିଙ୍କରୁ ଧରାପଡ଼ିଛନ୍ତି ବିହାରୀ ଅଭିଯୁକ୍ତ । ହତ୍ୟାକାଣ୍ଡ ଘଟାଇବାକୁ ଆସି ଜଣେ ବିହାରୀ ତାର ଘରକୁ ଏକ ମୋବାଇଲ ରିଚାର୍ଜ ଦୋକାନରୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥଲା । ସେହି ଖିଅକୁ ଆଧାର କରି ପୋଲିସ ବିହାରରେ ପହଞ୍ଚିଥିଲା । ପୋଲିସ ଏଵେ ୭ ଜଣଙ୍କୁ ଜେରା କରି ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ କରୁଛି । ଜେରା ପରେ ଯେଉଁମାନଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଜଣା ପଡିବ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିବ