ରେଳଧାରଣାରେ ରିଲ୍ସ। ଟ୍ରେନ ଧକ୍କାରେ ନାବାଳକ ମୃତ

ପୁରୀ ,( ବଳରାମ ତ୍ରିପାଠୀ ରିପୋର୍ଟ): ପୁରୀ ଟ୍ରେନ୍ ଧକ୍କାରେ ନାବାଳକ ମୃତ। ମଙ୍ଗଳବାର ସନ୍ଧ୍ୟାରେ ଚନ୍ଦନପୁର ଥାନା ନିକଟ ଜାନକାଦେଇପୁର ଷ୍ଟେସନ ରେଳ ଫାଟକ ଠାରେ ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳକ ଜଣକ ମଙ୍ଗଳାଘାଟ ଅଞ୍ଚଳର ବିଶ୍ଵଜିତ୍ ସାହୁ(୧୫)। ସେ ସାକ୍ଷୀଗୋପ‌ ଗୋପାଳ ବୀରଗୋବିନ୍ଦପୁରକୁ ଦକ୍ଷିଣକାଳୀଙ୍କ ଦର୍ଶନ କରିବାକୁ ଯାଇଥିଲେ ଥିଲେ। ସେଠାରୁ ବୀରପ୍ରତାପପୁର କାମରୂପାଙ୍କ ଦର୍ଶନ କରି ଜାନକାଦେଇପୁର ଷ୍ଟେସନରେ ପହଞ୍ଚିଥି ପହଞ୍ଚିଥିଲେ। ଏଠାରେ ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଧୀନ ବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଜିଆରପି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମା’ ଓ ପରିବାର ଲୋକଙ୍କ କାନ୍ଦବୋବାଳିରେ ହସ୍ପିଟାଲ୍ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।