
ଭଞ୍ଜନଗର, ୨୪/୧୦.(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି) : ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ଜଳ ଧାରଣ କ୍ଷମତାର ପ୍ରାୟ ନବେ ପ୍ରତିଶତ ଜଳ ପୂର୍ଣ୍ଣ ହୋଇ ରହିଛି। ଆଗାମୀ ଦିନରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲଘୁଚାପ ଜନିତ ଅଦିନିଆ ବର୍ଷା ଲାଗି ରହିଲେ ଯେକୌଣସି ମୁହୂର୍ତ୍ତରେ ଏହା ପୂର୍ଣ୍ଣ ହୋଇପାରେ।ତେଣୁ ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଯେକୌଣସି ସମୟରେ ଜଳଭଣ୍ଡାରରୁ ଅତ୍ୟଧିକ ଜଳକୁ ସ୍ପିଲ ୱେ ଗେଟ ଖୋଲି କେନାଲ ଦେଇ ନଦୀକୁ ଜଳ ନିଷ୍କାସନ କରାଯିବାର ସମ୍ଭାବନା ରହିଛି।ତେଣୁ ଲୋହରାଖଣ୍ଡି ଓ ବଡନଦୀ କୂଳରେ ବସବାସ କରୁଥିବା ସମସ୍ତ ଜନସାଧାରଣ ନିଜେ ସତର୍କ ରହିବା ସହ ଗୃହପାଳିତ ପଶୁମାନଙ୍କୁ ନଦୀ ଓ ନାଳ ଭିତରକୁ ଛାଡିବେ ନାହିଁ।ଏସମ୍ପର୍କରେ କୌଣସି ଦୁର୍ଘଟଣା ଘଟିଲେ ପ୍ରଶାସନ ଦାୟୀ ରହିବେ ନାହିଁ ବୋଲି ଭଞ୍ଜନଗର ଜଳସମ୍ପଦ ବିଭାଜନ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଅଞ୍ଚଳବାସୀଙ୍କୁ ସତର୍କ କରାଇ ଦିଆଯାଇଛି। ଏହି କାର୍ଯ୍ୟରେ ପ୍ରଶାସନକୁ ସ୍ଥାନୀୟ ଜନସାଧାରଣ ସହଯୋଗ କରିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। ଦୀର୍ଘ ୫ବର୍ଷ ପରେ ଗତ ମାସରେ ମଧ୍ୟ ୨ଦିନ ଧରି ଜଳଭଣ୍ଡାରରୁ ଅତ୍ୟଧିକ ଜଳ ଛଡ଼ା ଯାଇଥିଲା।