କଳିଙ୍ଗା ଘାଟିରେ ଓଲଟିଲା ବସ୍; ବୃଦ୍ଧା ମୃତ, ୧୫ ରୁ ଉର୍ଦ୍ଧ୍ବ ଆହତ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବରଗଡ଼ ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଯାହା ଫଳରେ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଜଣେ ବୃଦ୍ଧା ଗୁରୁତର ହୋଇଥିବାରୁ ତାଙ୍କୁ ଘୁ.ଉଦୟଗିରି ଡାକ୍ତରଖାନା କୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଉଭୟ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅଗ୍ନିଶମ ବାହିନୀ, ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ଜଣା ପଡିଛି । ଆହତ ମାନଙ୍କୁ ଭଞ୍ଜନଗର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

ଭୂସ୍ଖଳନ ପରବର୍ତ୍ତୀ ମରାମତି ପରେ ଘାଟିରେ ଯାତ୍ରୀବାହୀ ବସ୍ ଓ ଭାରି ଯାନ ଚଳାଚଳ ପାଇଁ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାପାଳ ଙ୍କ ଅନୁମତି ନଥିବା ବେଳେ କେଉଁ ପରିସ୍ଥିତିରେ ଘାଟିରେ ଯାତ୍ରୀବାହୀ ବସ୍ ଘାଟି ରାସ୍ତା ରେ ଆସିଥିଲା । ଘାଟି ଉପରେ ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ କରାଯାଇଥିଲା କି ନାହିଁ , ଯାତ୍ରୀବାହୀ ବସ୍ କୁ ଘାଟି ତଳକୁ ଆସିବା ପାଇଁ ପ୍ରଶାସନ ପକ୍ଷରୁ କିପରି ବାରଣ କରାଗଲା ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ କେବଳ ଲଘୁ ଯାନ ଯଥା ବାଇକ୍ ଓ କାର୍ ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଥିଲା ।