ଭଞ୍ଜନଗର : ସହାୟତା ମାଗିଲେ ମୃତ ଦାଦନଙ୍କ ପତ୍ନୀ

ଭଞ୍ଜନଗର : ୦୭/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବେଲଗୁଣ୍ଠା ବ୍ଲକ୍ ବୋରି ଗ୍ରାମର ଭାଗ୍ୟ ଡାକୁଆ ଆର୍ଥିକ ସହାୟତା ପ୍ରଦାନ ପାଇଁ ମଙ୍ଗଳବାର ଯୁଗ୍ମ ଅଭିଯୋଗ ଶୁଣାଣିରେ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ସ୍ବାମୀ ଚିତ୍ତରଞ୍ଜନ ଡାକୁଆ ସିକନ୍ଦରାବାଦରେ ରହି ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ବେ ଚିତ୍ତରଞ୍ଜନ ବଞ୍ଚିପାରି ନଥିଲେ। ଏବେ ସ୍ବାମୀଙ୍କ ମୃତ୍ୟୁ ପରେ ଭାଗ୍ୟ ଓ ତାଙ୍କର ୨ ସନ୍ତାନ ବେସାହାରା ପାଲଟିଯାଇଛନ୍ତି। ଦୁଇ ସନ୍ତାନଙ୍କ ଭରଣପୋଷଣ କରିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହେଉଛି। ଫଳରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାଗ୍ୟ ଆକୁଳ ନିବେଦନ କରିଛନ୍ତି।