
ଭଂଜନଗର -୧୯/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗୋବରା ସ୍ଥିତ ବାସୁଦେବପୁର ସରକାରୀ ବାଳିକା ବିଦ୍ୟାଳୟ ଠାରେ ବ୍ଳକ୍ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତଥା ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ – ୨୦୨୫ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସୋରଡା ବିଧାୟକ ନୀଳମଣି ବିଷୋୟୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋକ ମୁଦ୍ରା ରଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢ଼ୀ, ପ୍ରତିଭା କୁମାରୀ ରଥ, ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନ, ସମାଜସେବୀ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ପ୍ରଧାନ ଶିକ୍ଷକ ରବିନାରାୟଣ ଗୈ।ଡ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଳକର ବିଭିନ୍ନ ବିଦ୍ୟାଳୟର ୧୦୯ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଙ୍କ ପାଇଁ ଅନନ୍ୟ ପ୍ରତିଭା ସୃଷ୍ଟି କରିବା ସହ ରାଷ୍ଟ୍ରକୁ ବିଜ୍ଞାନ କ୍ଷେତ୍ରରେ ଅପୂର୍ବ ସଫଳତା ଆଣିଦେବ ବୋଲି, ବିଧାୟକ ଶ୍ରୀ ବିଷୋୟୀ ନିଜ ପ୍ରତିକ୍ରିୟାରେ କହିଥିଲେ । ପରେପରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ କୁ ବୁଲି ଦେଖିଥିଲେ ବିଧାୟକ ଏବଂ ଅନ୍ୟାନ୍ୟ ଅତିଥି ମାନେ । ସମସ୍ତ ପ୍ରକଳ୍ପ ମଧ୍ୟରୁ ବରିଷ୍ଠ ବର୍ଗରେ ୪୨ ଟି ଏବଂ କନିଷ୍ଠ ବର୍ଗରେ ୬୭ ଟି ପ୍ରଦର୍ଶିତ ହୋଇଥିଲା । ସେଥିରୁ ୧୦ ଟି ଶ୍ରେଷ୍ଠ ପ୍ରକଳ୍ପକୁ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀକୁ ମନୋନୀତ କରିଥିଲେ ବିଚାରକ ମଣ୍ଡଳୀ । ମେଳାର ଉଦଯାପନୀ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହୃଷିକେଶ ବିଶ୍ବାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ କୁମାରୀ ମିଶ୍ର, ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବଡବୋରସିଙ୍ଗି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ବ୍ରହ୍ମା, ତନରଡା ଆର୍ଯ୍ୟକନ୍ୟା ଗୁରୁକୁଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ, ଅବସରପ୍ରାପ୍ତ ସୁରେନ୍ଦ୍ର ପାତ୍ର, ସିଆରସିସି ହରେକୃଷ୍ଣ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅରୁଣ କୁମାର ବେହେରା, ଲିଲି ନାୟକ, ଅଶୋକ କୁମାର ଶତପଥୀ, ଶୁପ୍ତି ମିଶ୍ର, ନାରାୟଣ ସାହୁ, ଜିତେନ୍ କୁମାର ଦାସ, ଶିଶିର କୁମାର ସାହୁ ଙ୍କ ସମେତ ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।