
ଭୁବନେଶ୍ୱର : ମୃତ୍ୟୁ ସପ୍ତାହେ ପରେ ବି ଥମୁନି ହ୍ୟୁମାନ ସାଗରଙ୍କୁ ନେଇ ବିବାଦ । ସାମନାକୁ ଆସିଛି ହ୍ୟୁମାନ ସାଗରଙ୍କ ହ୍ବାଟସ ଆପ ଚାଟ୍ । ସଂଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କୁ ପଠାଇଥିବା ହ୍ୱାଟସ ଆପ ମେସେଜ ଏବେ ସାର୍ବଜନୀନ ହୋଇଛି। ମୁଁ ବଂଚିବାକୁ ଚାହୁଁନାହିଁ ବୋଲି ମେସେଜରେ ଉଲ୍ଲେଖ କରିଥିଲେ ହ୍ୟୁମାନ । ନିଜେ ସଂଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ ଏ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଶ୍ରୀକାନ୍ତ ଗୌତମଙ୍କ ଏକ ଗୀତର ଷ୍ଟୁଡିଓ ରେକର୍ଡିଂ ଥିଲା । କିନ୍ତୁ ଆସି ନଥିଲେ ହ୍ୟୁମାନ ସାଗର । ରେକର୍ଡିଂ ବାତିଲ କରିଥିଲେ । ଏହାସହ ଶ୍ରୀକାନ୍ତ ଗୌତମକୁ ହ୍ୱାଟସ ଆପରେ ହ୍ୟୁମାନ ସାଗର ମେସେଜ୍ କରିଥିଲେ, ମୁଁ ବଂଚିବାକୁ ଚାହୁଁ ନାହିଁ । ମୃତ୍ୟୁ ପୂର୍ବରୁ ହ୍ୟୁମାନ ସାଗରଙ୍କ ଜୀବନ ସହଜ ନଥିଲା ବୋଲି ଶ୍ରୀକାନ୍ତ ଗୌତମ କହିଛନ୍ତି ।