ଘୁମୁସର ପୁରୁଣା ଐତିହ କୁଲାଡ ଶ୍ରୀ ଶ୍ରୀଜଗନ୍ନାଥ ମନ୍ଦିରର ଭଙ୍ଗା ବିଗ୍ରହ ଦେଖି ସୁଭଦ୍ରା ବାଡଭାବ ଗ୍ରାହୀ ଆଶ୍ଚର୍ଯ୍ୟ

ଭଞ୍ଜନଗର ୦୧/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଘୁମୁସର ଗଡ ପାଞ୍ଚସହ ବର୍ଷ ଘୁମୁସର ପୁରୁଣା ଐତିହ୍ୟ କୁଲାଡ ଶ୍ରୀ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଗ୍ନ ହାତ ଦେଖି ବହୁତ ଦୁଖ କଲେ ପୁରୀ ଶ୍ରୀ ମନ୍ଦିର ମା ସୁଭଦ୍ରାଙ୍କ ମୁଖ୍ୟ ବାଡଭାବଗ୍ରାହୀ ରାମଦାସ ମହାପାତ୍ର । ଘୁମୁସରର ବିଭିନ୍ନ ମନ୍ଦିର ପରିଦର୍ଶନ କରି କୁଲାଡ ମନ୍ଦିର ମାଳିନୀ ଘୁମୁସର ଗଡ ଓଡିଆ ଅସ୍ମିତା ଯାହା ପାଇଁ ଓଡିଆ ଆଜି ବଞ୍ଚିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭୂମି ଓ ସାଧନାକ୍ଷେତ୍ର ମା ବାଗଦେବୀ ପୀଠ ଆଜି ଚରମ ଆବହେଳିତ I ଶାସନ ଓ ପ୍ରଶାସନର ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ତାହା ସହିତ ବିଗ୍ରହଙ୍କ ନବକଳବର ଯଥା ଶୀଘ୍ର କରାଯାଉ ନ ହେଲେ ଏ ଅଞ୍ଚଳ ଓ ରାଜ୍ୟ ପ୍ରତି ବିପଦ ମାଡି ଆସିବ ବୋଲି ସେ କହିଛନ୍ତି I ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ଯେ ବର୍ତ୍ତମାନ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରିକ୍ଷକ ଓ ଦେବୋତ୍ତର କମିଶନରଙ୍କ ସହିତ ଆଲୋଚନା କରିଛନ୍ତି I ଏ ଅଞ୍ଚଳର କିଛି ଅଲୌକିକ ଶକ୍ତି ଅଛି ଯେଉଁଠିକି ଆସିବାକୁ ବାଧ୍ୟ ହେଲି ବୋଲି ସେ ମତ ରଖିଛନ୍ତି I ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ଶିବପ୍ରସାଦ ସାହୁ, ସଞ୍ଜୟ ପ୍ରଧାନ, ବ୍ରହ୍ମାଦାସ, ଅବନୀପତି, ବିନୟନାୟକ ଓ ମନ୍ଦିରସମୂହ କମିଟି ସହିତ ବିସ୍ତୃତ ଆଲୋଚନା କରିଛନ୍ତି I