
ବେଲଗୁଣ୍ଠା (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ବେଲଗୁଣ୍ଠା ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ୩୫ ବର୍ଷୀୟ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲଗୁଣ୍ଠା ପୋଲିସ । ବେଲଗୁଣ୍ଠା ଥାନା ଅଧୀନ ପୁରୁଣା ଉଡରା ଗ୍ରାମର ବାବୁଲା ଖଟେଇଙ୍କ ଅଭିଯୋଗ ପ୍ରକାରେ ତାଙ୍କ ୧୧ ବର୍ଷୀୟା ନାବାଳିକା ଝିଅ ରବିବାର ଅପରାହ୍ନରେ ଶୌଚ ହେବା ପାଇଁ ନିକଟସ୍ଥ ନଦୀ ପଠା କୁ ଯାଇ ଫେରୁଥିବା ବେଳେ ସେହି ଗ୍ରାମର ସୁଜିତ୍ ପାତ୍ର (୩୫), ତାଙ୍କ ଝିଅକୁ ଜବରଦସ୍ତ ଟଣାଓଟରା କରିବା ସହ ଅସଦାଚରଣ କରିଥିଲା । ତାଙ୍କ ଅଭିଯୋଗ କୁ ଭିତ୍ତି କରି ଏକ ମାମଲା ପୋଲିସ କେଶ୍ ନଂ ୫୮୭/ ୨୫ ରେ ରୁଜୁ କରି ବେଲଗୁଣ୍ଠା ପୋଲିସ ଅଭିଯୁକ୍ତ ସୁଜିତ୍ କୁ ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୧୨୬(୨), ୧୧୫(୨), ୭୪, ୭୬, ୩୫୧(୨) ଏବଂ ପୋସ୍କୋ ଆକ୍ଟ ସେକ୍ସନ ୧୨ ଅଧୀନରେ ଗିରଫ କରି ସୋମବାର ବ୍ରହ୍ମପୁର ପୋକ୍ସୋ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ରେବତୀ ଶବର ସୂଚନା ଦେଇଛନ୍ତି।