ଭଞ୍ଜନଗରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଭଞ୍ଜନଗର ୧୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ୪ର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୨୭ଟି ମାମଲା ଫଇସଲା ହୋଇଥିଲା। ଫଳରେ ୮୧, ୦୪, ୯୭୮ ଟଙ୍କାର ସମ୍ପତ୍ତି ପକ୍ଷଗତଙ୍କୁ ଲାଭ ପହଞ୍ଚିଛି। ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମାମଲା ଯଥା ଆପରାଧିକ ସମ୍ପୃକ୍ତ ସମାଧାନଶୀଳ ମାମଲା, ଚେକ ବାଉନ୍ସ ମାମଲା, ଧନ ଫେରସ୍ତ ମାମଲା, ବିବାହ ଜନିତ ମାମଲା, ସାର୍ବଜନୀନ ସୁବିଧା ସମ୍ପୃକ୍ତ ବିବାଦ (ବିଦ୍ୟୁତ, ପାଣି ବିଲ) ପରି ଅନ୍ୟାନ୍ୟ ସିଭିଲ ମାମଲା ଇତ୍ୟାଦିର ସମାଧାନ କରାଯାଇଥିଲା। ଭଞ୍ଜନଗର ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଏବଂ ଅତିରିକ୍ତ ଜିଲା ଦୌରାଜଜ ଶେଖ ମହମ୍ମଦ କଏସ୍‌ଙ୍କ ନେତୃତ୍ୱରେ ମାମଲା ଗୁଡ଼ିକର ବିଚାର ହୋଇଥିଲା। ଏହା ସହିତ ସିନିଅର ସିଭିଲ ଜଜ୍‌ ଦେବାଶିଷ ବିଶୋଇ, ଏସ୍‌ଡିଜେଏମ୍‌ ସୌମ୍ୟରଞ୍ଜନ ପୃଷ୍ଟି, ଜେଏମ୍‌ଏଫ୍‌ସି ଭିୟେନା ନାୟକ ମଧ୍ୟ ବିଭିନ୍ନ କେସର ଫଇସଲା କରିଥିଲେ।ଲୋକ ଅଦାଲତ ବେଞ୍ଚ ସଦସ୍ୟ ଗୋକୁଳ ଚନ୍ଦ୍ର ତ୍ରିପାଠୀ,ରମେଶ ଚନ୍ଦ୍ର ପଣ୍ଡା,ଆଇନ୍ ସେବା କମିଟି ସଦସ୍ୟା ଅଳକା ମଞ୍ଜରି ପଟ୍ଟନାୟକ, ଓକିଲ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର,ସଂପାଦକ ଜ୍ଯୋତିରାଜ ପତି,ଆଇନଜୀବି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ ତିଆଡ଼ି, ବଟକୃଷ୍ଣ ପଣ୍ଡା, ରଜନୀକାନ୍ତ ପଟ୍ଟନାୟକ, ପ୍ରଦୀପ ଶେଖର ପାଳ, ସୁରେଶ୍ଵରି ପ୍ରଧାନ, ଦେବୀ ପ୍ରସାଦ ତ୍ରିପାଠୀ, ଦିଲ୍ଲୀପ ତ୍ରିପାଠୀ, ସୂର୍ଯ୍ୟନାରାୟଣ ପାତ୍ର, ଭଞ୍ଜନଗର ଟିପିଏସଓଡିଏଲ ଭିଜିଲାନ୍ସ ଅଫିସର ଶ୍ରୀକାନ୍ତ ମିଶ୍ର, ଚନ୍ଦ୍ରକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।