ମୃତ ବ୍ୟକ୍ତିଙ୍କ ଶବ ସତ୍କାର କଲେ ବିପଦର ବନ୍ଧୁ

ଭଞ୍ଜନଗର : ୧୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବାରୁଡ଼ା ଗ୍ରାମରେ ଦୀର୍ଘ ଦିନ ଧରି ବସବାସ କରୁଥିବା ବୌଦ୍ଧର ଦୟାନିଧି ସେଠି ଗତ ରାତିରୁ ଅସୁସ୍ଥ ଅବସ୍ଥାରେ କୁଲାଡ଼ ବଡ ବନ୍ଧ ନିକଟରେ ପଡିରହିଥିବାର ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ସେଠି ଦୟାନିଧିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କ ନିଜର ପରିବାର ଲୋକ କେହି ଏଠାରେ ରହୁନଥିବା ବେଳେ ପତ୍ନୀଙ୍କ କିଛି ବର୍ଷ ହେଲା ଦେହାନ୍ତ ହୋଇଯାଇଛି। ଖବର ପାଇଁ ତାଙ୍କ ଝିଅ ବୌଦ୍ଧରୁ ଆସିଥିଲେ ବାପାଙ୍କ ଶବକୁ ସତ୍କାର କରିବା ପାଇଁ ଅସହାୟ ଅବସ୍ଥାରେ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନକୁ ସହାୟତା ମାଗିଥିଲେ । ପୋଲିସ ଏବଂ ବାରୁଡ଼ା ସମିତି ସଭ୍ୟ ପ୍ରତିନିଧି ସୋମନାଥ ସେଠି ଙ୍କ ସହାୟତାରେ ଅନୁଷ୍ଠାନର ସଦସ୍ୟ ମାନେ ମୃତ ଦୟାନିଧି ଙ୍କ ଶବକୁ ଭଞ୍ଜନଗର ଶ୍ମଶାନ ଠାରେ ସତ୍କାର କରି ଦେବାର ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କୁ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ମାହାମାୟୀ କରୋନା ସମୟ ଠାରୁ ବର୍ତମାନ ପର୍ଯ୍ୟନ୍ତ ବହୁ ଅସହାୟ ବ୍ୟକ୍ତି ଙ୍କ ଶବକୁ ସତ୍କାର କରି ବହୁ ପ୍ରଶଂସା ସାଉଁଟିଛନ୍ତି।