ନିର୍ଗୁଣ୍ଡି ଡବଲ ମଡ଼ର ଘଟଣା ରେ ଆଉ ଦୁଇ ଅଭିଯୁକ୍ତ ଗିରଫ

ଚୌଦ୍ୱାର (ଶିବବ୍ରତ ଦାସ) କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ସ୍ଥିତ ନିର୍ଗୁଣ୍ଡି ନିକଟସ୍ଥ ଏକ ହିଟଜି ଗ୍ୟାରେଜ ଭିତରେ ଗତ ଡିସେମ୍ବର ୩୦ ତାରିଖ ରାତିରେ ଡବଲ ମାଡ଼ର ହୋଇଥିଲା l ଏହି ଘଟଣା କୁ ତଦନ୍ତ କରି ଟାଙ୍ଗୀ ପୁଲିସ ଏସ. ଡ଼ି.ପି ଓ ଉମାକାନ୍ତ ନାୟକ ଏକ ଟିମ ଗଠନ କରି ତଦନ୍ତ ଜୋରଦାର କରିଥିଲେ l ଜାନୁୟାରୀ ୨ ତାରିଖ ଦିନ ଟେକନିକାଲ ଓ ହ୍ୟୁମାନ ସୂତ୍ରରୁ ଖବର ପାଇ ତିନି ଜଣ ଅଭିଯୁକ୍ତ ନେମାଳ ଅଂଚଳ ର ଦିଲ୍ଲୀପ ନାୟକ(ଗ୍ୟାରେଜ ମାଲିକ ), ଓଟିଏମ କଲୋନୀ ର ଜ୍ଞାନ ରଞ୍ଜନ ମହାନ୍ତି (ସିକ୍ଯୁରିଟି ଗାର୍ଡ ), ମୟୁରଭଞ୍ଜ ଖୁଣ୍ଟା ଥାନା ଅଂଚଳର ବଉଳ ସିଂ (ଗ୍ୟାରେଜ ମିସ୍ତ୍ରୀ ) କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଗତ କାଲି ରାତିରେ ଇଣ୍ଟେଲିଜେଣ୍ଟ ସୂତ୍ର ରୁ ଖବର ପାଇ ଉମାକାନ୍ତ ନାୟକ ଙ୍କ ନେତୃତ୍ୱ ରେ ଦୁଇଟି ଟିମ କଟକ ଜିଲ୍ଲା କାନପୁର ଥାନା ଅଂଚଳ ରେ ଚଢ଼ାଉ କରି ସୂର୍ଯ୍ୟମଣି ମୁଦୁଲି (ହିଟାଜି ମିସ୍ତ୍ରୀ ) ଓ ସୁକିନ୍ଦା ଥାନା ଅଂଚଳ ର ସ୍ୱପ୍ନେସ୍ୱର ମହନ୍ତ (ଇଂଜିନ ମିସ୍ତ୍ରୀ ) କୁ ଗିରଫ କରି ଡାକ୍ତରୀ ମଇନା କରାଇ କୋର୍ଟ ଚାଲାଣ କରିଥିବାର ଜଣା ପଡିଛି l ଏ ସମ୍ପର୍କ ରେ ଏସ.ଡ଼ି.ପି.ଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି କି ଏହା ବଡ଼ ସମ୍ବେଦନଶୀଳ ଘଟଣା, ଦୁର୍ବୁତ୍ତ ମାନେ ସିସିଟିଭି ଭାଙ୍ଗି ଦେଇ ଥିବାରୁ ଫରେନସିକ ଟିମକୁ ହାର୍ଡଡିସ୍କ ପଠାଯାଇଛି ରିଟ୍ରାଇଭ ପାଇଁ, ସେଥିରୁ ଅଧିକ ତଥ୍ୟ ମିଳିବ l ତିନି ଦେଖେଣାହାରୀ ଙ୍କୁ ଥାନା କୁ ଅଣାଯାଇ ଅଧିକ ତଥ୍ୟ ସଂଗ୍ରହ କରାଯିବ l ଗିରଫ ଅଭିଯୁକ୍ତ ଙ୍କ ବୟାନ ଅନୁଯାଇ ଆହୁରି ପାଞ୍ଚ ରୁ ସାତ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ଜଣା ପଡିଛି l ଖୁବ ଶୀଘ୍ର ଏମାନଂକୁ ଗିରଫ କରାଯିବ ଏବଂ ଗ୍ରାମାଞ୍ଚଳ ଏସପି ଙ୍କ ଦ୍ୱାରା ପ୍ରେସମିଟ କରାଯାଇ ସବିଶେଷ ସୂଚନା ଦିଆଯିବ ବୋଲି ଏସ ଡ଼ି.ପି.ଓ ଶ୍ରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି l