
ସୋରଡ଼ା ୦୮/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବିଭୂତିଆ ବଣ ରେ ବାଇକ୍ ଦୁର୍ଘଟଣା । ଜଣେ ମୃତ, ଜଣେ ଗୁରୁତର । ମୃତକ ଜଣକ ଖାରିଗୁଡା ଗ୍ରାମର ଶତ୍ରୁଘ୍ନ ଗୌଡ଼ ଙ୍କ ପୁଅ ରିଙ୍କୁ ଗୌଡ଼ । ଗୁରୁତର ଜଣକ ହେଲେ ଖାରିଗୁଡା ଗ୍ରାମର କୁନା ଗୌଡ଼ । ସୂଚନା ମୁତାବକ ଉଭୟ ଆସିକା ରୁ କାମ ସାରି ସୋରଡ଼ା ହୋଇ ନିଜ ଗ୍ରାମ ଖାରିଗୁଡା ଯାଉଥିବା ବେଳେ ବିଭୁତିଆ ବଣ ବୁଲାଣି ରାସ୍ତାରେ ଭାରସ୍ୟାମ ହରାଇ ରାସ୍ତାରେ ପଡିଯାଇଥିଲା । ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣା ସ୍ଥଳରେ ୧୦୮ ପହଞ୍ଚି ଉଭୟଙ୍କୁ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ରିଙ୍କୁ ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ । ହେଲମେଟ ପିନ୍ଧି ନଥିବା ଯୋଗୁଁ ମୁଣ୍ଡକୁ ମାଡ ହେବାରୁ ରିଙ୍କୁ ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।