
ଭଞ୍ଜନଗର,୧୨/୦୧-(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ସୋମବାର ସ୍ଵତନ୍ତ୍ର ଶୀତ କାଳୀନ ସେବା ଶିବିର ଉଦଘାଟିତ ହୋଇଯାଇଛି। ଏହାକୁ ଡି ଏଫ୍ ଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଡି ଏଫ୍ ଓ ଶ୍ରୀ ମହାନ୍ତି କହିଥିଲେ ଦେଶର ବିକାଶରେ ଯୁବ ସ୍ଵେଚ୍ଛାସେବୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ସ୍ବେଛାସେବୀ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଡି ଏଫ୍ ଓ ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ଆହ୍ଵାନ କରିଥିଲେ। ଏଥିସହ ଡି ଏଫ୍ ଓ ମହାନ୍ତି ଆଜି ଜାତୀୟ ସେବା ଯୋଜନା ପକ୍ଷରୁ କଲେଜରେ ଆୟୋଜିତ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ରେ ସାମିଲ୍ ହୋଇ ସଫେଇ କରିଥିଲେ। ଏଥିସହ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ଛାତ୍ରୀ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ । ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଶରୀରରେ ଅନେକ ରୋଗ ସୃଷ୍ଟି ହେଉଛି। ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ଡି ଏଫ୍ ଓ କହିଥିଲେ। ଏଥିସହ ଆଜି କଲେଜରେ ଜାତୀୟ ଯୁବ ଦିବସ ପାଳନ ସହ ବନ୍ଦେ ମାତରଂମ୍ ର ୧୫୦ ତମ ବାର୍ଷିକୀ ଅବସରରେ ସାମୁହିକ ଗାନ ହୋଇଥିଲା।
ପାଳିତ ହୋଇଯାଇଛି। ଜାତୀୟ ସେବା ଯୋଜନା ଏବଂ ଏନ୍ ସି ସି ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ହର ପ୍ରସାଦ ଶତପଥି, ପ୍ରାଧ୍ୟାପକ ପ୍ରଶାନ୍ତ ରଥ, ଅଧ୍ୟାପକ ଡ ରବିନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବାବୁଲା ପ୍ରଧାନ, ଶାଖା ୨ ଅଧିକାରିଣୀ ସସ୍ମିତା କୁମାରୀ ଦାସ, ଅଧ୍ୟାପକ ବୁଧିନାଥ ବରିହା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଅଧ୍ୟାପକ ରଜତ ମିଶ୍ର,ସନାତନ ବେହେରା, ନାଭାଲ ଅଫିସର ବିଭୂତି ଗୌଡ, ଦିଗନ୍ତ ଜେନା, ବୁଧେସ୍ଵର୍ ଗୋପାଳଗୋତ୍ର, ଡ ସୁନାମ ପାତ୍ର, ବୁଧିନାଥ ବେହେରା,ଅଧ୍ୟାପିକା ସ୍ମରଣିକା ପାଢ଼ୀ, ମାମାଲି ନାୟକ, ମିକି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।