ପି.ଏମ.ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ବାହାଡାପଦରରେ ଛାୟା ବିଧାନସଭା

ଭଞ୍ଜନଗର :-୧୩/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପି.ଏମ.ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ବାହାଡାପଦର ଠାରେ ପି. ଏମ.ଶ୍ରୀ ଗାଇଡ଼ ଲାଇନ ପ୍ରକାରେ ଛାତ୍ରଛାତ୍ରୀଙ୍କୁ ନେଇ ଛାୟା ବିଧାନସଭା ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଯାଇଛି l ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା, ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ନେତାଜୀ ବିଷୋୟୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଛାୟା ବିଧାନସଭାକୁ ଉପଭୋଗ ସହ ଉପସ୍ଥାପନା ଶୈଳୀକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ l ବିଧାନସଭାରେ ମଧ୍ୟାହ୍ନ ଭୋଜନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ବିରୋଧୀଦଳ ଓ ଶାସକ ଦଳ ମଧ୍ୟରେ ହୋଇଥିବା ପ୍ରଶ୍ନ, ଉତ୍ତର କାର୍ଯ୍ୟକ୍ରମ ଅତି ସୁନ୍ଦର ଥିଲା l ବାଚସ୍ପତି ସୁନ୍ଦର ଓ ନିରପେକ୍ଷ ଭାବେ ପବିତ୍ର ଗୃହ ଓ ଗଣତନ୍ତ୍ରକୁ ସଂମ୍ମାନ ଦେଇ ପରିଚାଳନା ଚିତ୍ତାକର୍ଷକ ଥିଲା l ବିରୋଧୀଦଳ, ଶାସକଦଳ, ସାମ୍ବାଦିକ, ସଚିବ, ମାର୍ଶାଲ ଚରିତ୍ର ଅତି ନିଖୁଣ ଓ ବାସ୍ତବ ଥିଲା l ବିଧାନସଭାର ସମ୍ପୂର୍ଣ ରୂପରେଖ ଉପରେ ପ୍ରଦର୍ଶିତ କାର୍ଯ୍ୟକ୍ରମ ବେଶ ଚିତ୍ତାକର୍ଷକଥିଲା l ମାନ୍ୟବର ମନ୍ତ୍ରୀ ମାନଙ୍କ ଉତ୍ତର ସହ ବାଚସ୍ପତିଙ୍କ ରୁଲିଂ ଭଲ ଥିଲା l ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ହୃଷିକେଶ ନାୟକ, ବାବୁଲା ନାୟକ, ପ୍ରବୀଣ କୁମାର ଜେନା, ଗୋପାଳ ଗୌଡ଼, ନୟନୀ ସେଠୀ, ଶଶୀଭୁଷଣ ସ୍ୱାଇଁ, ରଜନୀ ସ୍ୱାଇଁ, ଜିତେନ୍ଦ୍ର କୁମାର ବେହେରା, ସୁଜାତା କୁମାରୀ ପ୍ରଧାନ, ଏଲିଓ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ଚିନ୍ମୟ ନାୟକ, ପୂର୍ଣଚନ୍ଦ୍ର ବେହେରା, ବିବେକାନନ୍ଦ ସାହୁ, ମଦନ ଗୋପାଳ ଅlପଟ, ଅମେଦ ପ୍ରଧାନ, ପ୍ରଦୀପ ବେହେରାଦଳେଇ, ନାରାୟଣ ଚନ୍ଦ୍ର ମଳିକ ଓ ଅଶୋକ କୁମାର ପ୍ରଧାନ ସହଯୋଗ ସହ ପରିଚାଳନା କରିଥିଲେ l ନିଖୁଣ ଅଭିନୟ ପାଇଁ ବାଚସ୍ପତି ଓ ଶିକ୍ଷାମନ୍ତ୍ରୀଙ୍କୁ ଟ୍ରଫି ଦେଇ ଜିଲ୍ଳା ସ୍ତରକୁ ମନୋନୀତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶଂସା କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ହୃଷିକେଶ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l