ରାଜ୍ୟ ମାନବାଧିକାର ପରିଷଦ ପକ୍ଷରୁ ଚୌଦ୍ଵାର ଇ.ଏସ୍.ଆଇ ଚିକିତ୍ସାଳୟର ଡକ୍ଟର ଶ୍ରୀକାନ୍ତ କୁମାର ଦେବତା ଙ୍କୁ ଗରିମାମୟ ସମ୍ବର୍ଧନା।

ଚୌଦ୍ୱାର (ଶିବବ୍ରତ ଦାସ )ମାନବ ସେବା ଯେଉଁଠାରେ ପେଶା ନୁହେଁ, ଏକ ଧର୍ମ ଭାବେ ପରିଣତ ହୋଇଥାଏ, ଯେଉଁଠାରେ ଚିକିତ୍ସକଙ୍କ ଭୂମିକା ସବୁଠାରୁ ମହାନ। ସେହିପରି ଏକ ମହାନ ସେବା ଦୃଷ୍ଟାନ୍ତକୁ ସ୍ୱୀକୃତି ଦେଇ ରାଜ୍ୟ ମାନବାଧିକାର ପରିଷଦ ପକ୍ଷରୁ ଚୌଦ୍ଵାର ESI ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଶ୍ରୀକାନ୍ତ କୁମାର ଦେବତା ଙ୍କୁ ଏକ ଭବ୍ୟ ଓ ଗରିମାମୟ ସମ୍ବର୍ଦ୍ଧିତ କରାଯାଇଛି। ଦୀର୍ଘଦିନ ଧରି ଚୌଦ୍ଵାର ଇ.ଏସ୍.ଆଇ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ଶ୍ରୀକାନ୍ତ କୁମାର ଦେବତା ରୋଗୀ ସେବାକୁ ସଦା ସର୍ବୋପରି ମାନି ଆସୁଛନ୍ତି। ସରକାରୀ ହସ୍ପିଟାଲର ସୀମିତ ସୁବିଧା ଓ ଚାପ ସତ୍ତ୍ୱେ ମଧ୍ୟ ତାଙ୍କର ସହାନୁଭୂତିଶୀଳ ବ୍ୟବହାର, ସତ୍ୟନିଷ୍ଠା ଓ ଦାୟିତ୍ୱବୋଧ ଅନେକ ଗରିବ ଓ ଶ୍ରମିକ ପରିବାରଙ୍କ ପାଇଁ ଆଶାର ଆଲୋକ ହୋଇଛି।
ରାଜ୍ୟ ମାନବାଧିକାର ପରିଷଦର ସଭାପତି ସସ୍ମିତା ଦାସ କହିଥିଲେ ଯେ, ଚିକିତ୍ସା ସେବା କେବଳ ଔଷଧ ଓ ପରୀକ୍ଷାରେ ସୀମିତ ନୁହେଁ, ଏହା ମାନବ ଅଧିକାରର ଏକ ମୂଳଅଂଶ । ଚୌଦ୍ଵାର ଇ.ଏସ.ଆଇ ଚିକିତ୍ସାଳୟରେ ଏହି ବରିଷ୍ଠ ଡାକ୍ତର ଯେପରି ଭାବେ ରୋଗୀଙ୍କ ସହ ମାନବିକ ଆଚରଣ କରନ୍ତି, ତାହା ଅନ୍ୟ ଚିକିତ୍ସକଙ୍କ ପାଇଁ ଏକ ଅନୁକରଣୀୟ ଦୃଷ୍ଟାନ୍ତ। ସମ୍ବର୍ଦ୍ଧନା ସମୟରେ ମାନବାଧିକାର ପରିଷଦ ପକ୍ଷରୁ ଡାକ୍ତର ଶ୍ରୀକାନ୍ତ କୁମାର ଦେବତା ମହୋଦୟଙ୍କୁ ଉତ୍ତରୀୟ ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା।ଏପରି ନିଷ୍ଠାଶୀଳ ଚିକିତ୍ସକଙ୍କୁ ସମ୍ମାନିତ କରିବା ଦ୍ୱାରା ସମାଜରେ ସେବାମୂଳକ ମୂଲ୍ୟବୋଧ ଆହୁରି ମଜବୁତ ହେବ। ସମ୍ବର୍ଦ୍ଧନା ଗ୍ରହଣ କରି ଡାକ୍ତର ମହୋଦୟ କହିଥିଲେ ଯେ ଏହି ସମ୍ମାନ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଚୌଦ୍ଵାର ଇ.ଏସ.ଆଇ ଚିକିତ୍ସାଳୟର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ସାମୁହିକ ପରିଶ୍ରମର ସଫଳତା। ସେ ଭବିଷ୍ୟତରେ ଆହୁରି ଉତ୍ସାହ ଓ ଦାୟିତ୍ୱ ସହିତ ରୋଗୀ ସେବା କରିବାକୁ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ଏପରି ସମ୍ବର୍ଦ୍ଧନା କେବଳ ଏକ ବ୍ୟକ୍ତିଙ୍କୁ ନୁହେଁ, ସମଗ୍ର ଚିକିତ୍ସା ପ୍ରଣାଳୀକୁ ଉତ୍ସାହିତ କରେ। ରାଜ୍ୟ ମାନବାଧିକାର ପରିଷଦ ପକ୍ଷରୁ ସଭାପତି ସସ୍ମିତା ଦାସ ଙ୍କ ସହିତ ଅସିତ୍ କୁମାର ବେଉରାୟ, ସବିତା ଦାସ, ସଂଜିତ ମହାନ୍ତି, ଅଞ୍ଚଳର ବରିଷ୍ଟ ସାମ୍ବାଦିକ ଶିବବ୍ରତ ଦାସ ଙ୍କ ସହିତ କ୍ଷୀରୋଦ ପରିଡ଼ା ଓ ପରୀକ୍ଷିତ ଲେଙ୍କା ଉପସ୍ଥିତ ଥିଲେ।