
ନୂଆପଡା : ୨୨/୧ (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ବେଶ ଯାକ ଜମିକରେ ଅନୁଷ୍ଠିତ ହେବ I ନୂଆପଡା ଜିଲ୍ଲା କୋମନା ବ୍ଲକର କୋନାବିରା ହାଇସ୍କୁଲ ଖେଳ ପଡିଆ ଠାରେ ତୃତୀୟ ତମ ପଞ୍ଚାୟତ ସ୍ତରୀୟ ଲୋକ ମହୋତ୍ସବ ର ଶୁଭ ଖମ୍ବ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ I ଏହି ଲୋକ ମହୋତ୍ସବ ଆସନ୍ତା ଜାନୁୟାରୀ ୨୭ ତାରିଖ ଠାରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ବେଶ ଧୁମ ଧାମରେ ଅନୁଷ୍ଠିତ ହେବ I ଆଜି ଲୋକ ମହୋତ୍ସବ କମିଟି ସଭାପତି ପସା ମହାନନ୍ଦଙ୍କ ନେତୃତ୍ୱରେ ଗ୍ରାମଦେବି ଓ ଇଷ୍ଟ ଦେବି ମା ସମଲେଶ୍ୱରୀଙ୍କୁ ପୂଝରୀ ଚରଣ ସିଂ ମାଝୀ ପୂଜା ଅର୍ଚନା କରିବା ପରେ ଶୁଭ ଖମ୍ବ ସ୍ଥାପନ ହୋଇଥିଲା I କଲା ସଂସ୍କୃତିର ଗାଁ ହେଉଛି କୋନାବୀରା ଗାଁ ଏହି ଗାଁଟି ଦୀର୍ଘ ବର୍ଷ ହେବ ରୋୟାଲ ଇନ୍ଦ୍ର ତିଖାଲି ଡ୍ୟାମରେ ବିସ୍ଥାପିତ ହୋଇ ଜିଏ ଯୁଆଡେ ଘର ଦୁଆର ଛାଡି ଚାଲି ଯାଇଛନ୍ତି I ସେହି ଦିନର ଲୋକ କଲା ସଂସ୍କୃତିକୁ ଉଦ୍ଜୀବିତ କରି ବଞ୍ଚାଇବା ପାଇଁ ଅଞ୍ଚଲ ବାସୀ ପ୍ରୟାସ କରିଥିବା ବେଳେ ବାହାର ଜିଲ୍ଲାକୁ ଯାଇ ରହୁଥିବା ବନ୍ଧୁ ବାନ୍ଧବକୁ ଏକ ଜୁଟ ହୋଇ ଭେଟ ସାକ୍ଷାତ ହେବା ପାଇଁ ଏହି ଲୋକ ମହୋତ୍ସବ କରାଯାଉଛି I ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ପସା ମହାନନ୍ଦ, ସେକ୍ରେଟାରୀ ଚନ୍ଦ୍ରଧୋଜ ମାଝୀ, ଡୋଳା ନାଏକ, କୈଳାସ ଜଗତ, ଜଗନ୍ନାଥ ମାଝୀ, ଭୁଜବଲ ମାଝୀ, ବାପି ବାରିକ, ପିରିତ ରାମ ରାଉତ, ଚରଣ ସିଂ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ I