
ବାଲିପଦର ୨୮/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଲିପଦର ଠାରେ ବୁଗୁଡ଼ା ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଅଛି। ବିଇଓ ଚିନ୍ମୟ ମହାପାତ୍ର କାର୍ଯ୍ୟ ର ଉଦଘାଟନ କରିଥିଲେ। ଏଥିରେ ୨୭ ଟି ବିଦ୍ୟାଳୟ ର ୫୩ ଟି ପ୍ରକଳ୍ପ ଭାଗନେଇଥିଲେ। ଏଥିରେ ଏବିଇଓ ଅମିତା କୁମାରୀ ପାଢୀ ଓ କୃଷ୍ଣଚନ୍ଦ୍ର ବେହେରା, ପାତ୍ରପୁର ଅବସରପ୍ରାପ୍ତ ବିଇଓ ସ୍ଵରୂପ କୁମାର ମହାନ୍ତି, ଶେରଗଡ଼ ଅବସରପ୍ରାପ୍ତ ବିଇଓ ପ୍ରମୋଦ ସେନାପତି, ନୋଡାଲ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଲା ରାଣୀ ଦାସ ,ଅବସରପ୍ରାପ୍ତ ସିଆରସିସି ପ୍ରକାଶ ଚନ୍ଦ୍ର ରଥ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦ୍ୱିତୀକୃଷ୍ଣ ବିଶ୍ଵାଳ, ଅବସରପ୍ରାପ୍ତ ଅଧ୍ୟାପକ ମହେଶ ପ୍ରସାଦ ପଟ୍ଟନାୟକ,ନୟାଗଡ଼ ର ଟ୍ରେଜେରିଙ୍ଗ ଅଫିସର ସୂଚିତ ସାବତ, ମେଡିକାଲ ଅଫିସର ଅଭିଷେକ ଆଚାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସମ୍ପାଦକ ବିଶ୍ଵଜିତ ପରିଡା, ଶିକ୍ଷକ କମଳ ଲୋଚନ ପାଣିଗ୍ରାହୀ ତତସହିତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିକ୍ରମ କୁମାର ବେହେରା, ସୁଦାମ ବେହେରା, କାଳିଆ ପାଣିଗ୍ରାହୀ, ରାଜେନ୍ଦ୍ର ପାତ୍ର, କନକି ପ୍ରଧାନ,ବନସ୍ମିତା ସାହୁ, ସୁଚିସ୍ମିତା ସିଂ,ଏଲିନା ସିଂ ଓ ସମସ୍ତ ଷ୍ଟାଫ ଙ୍କ ସହଯୋଗରେ କାର୍ଯକ୍ରମ ର ସଫଳ ରୂପାୟନ ହୋଇପରିଛି। କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କରଚୁଲି ଶକୁନ୍ତଳା ବିଦ୍ୟାପୀଠ ରଜ୍ୟୋତିର୍ମୟୀ ପ୍ରଧାନ,ଦ୍ଵିତୀୟ ସ୍ଥାନ ରେ ପି ଏମ୍ ବୁଦ୍ଧଗିରି ର ପାର୍ଥ ସାହୁ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ୟୁ ଜି ଏଚ୍ ସି ତାକରଡା ର ସାଗର ନାୟକ। ସୂଚନା ଅଛି ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଆସନ୍ତା ୨୯ ରେ ଅନୁଷ୍ଠିତ ହେବାକୁ ଯାଉଛି।ପ୍ରଧାନ ଶିକ୍ଷୟିତ୍ରୀ କାର୍ଯ୍ୟାଳୟ ପରିଚାଳନା କରିଥିବା ବେଳେ ବିଶ୍ଵଜିତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।