
ଭଞ୍ଜନଗର ୧୦/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଚାରି ଗୋଟି ରେଞ୍ଜର ଅନେକ ଗ୍ରାମରେ ଗତ ପ୍ରାୟ ଏକ ମାସ ଧରୀ ବନବିଭାଗ ଏବଂ ବିଦୂତ ବିଭାଗର ମିଳିତ ଆନୁକୁଲ୍ୟା ବନ୍ୟଜନ୍ତୁ ସୁରକ୍ଷା ଏବଂ ହାତୀ ମନୁଷ୍ୟର ସମ୍ପର୍କକୁ ନେଇ ପାରମ୍ପରିକ ଘୋଡା ନାଚ ମାଧ୍ୟମରେ ସଚେତନତାର ବାର୍ତା ପ୍ରଦାନ କରାଯାଉଥିଲା। ଆଜିର ଉକ୍ତ କାର୍ଯ୍ୟକ୍ରମ ମୁଜାଗଡ଼ ରେଞ୍ଜ ବିଞ୍ଜଗିରି ଗ୍ରାମରେ ଚାଲିଥିବା ବେଳେ ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ପରିଦର୍ଶନ ଯାଇ ଥିଲା। ହାତୀ ଏକ ଜଙ୍ଗଲୀ ପଶୁ ହେଲେ ମଧ୍ୟ ମନୁଷ୍ୟ ସହ ହାତୀର ନିଆରା ସମ୍ପର୍କ ରହିଛି। ଜଙ୍ଗଲରେ ଖାଦ୍ୟାଭାବ ଗୋଗୁଁ ହାତୀ ବର୍ତମାନ ଗ୍ରାମାଞ୍ଚଳ ମୁଁହା ହେବାର ନଜର ରହିଛି। ଜମିରେ ପଶି ଫସଲ ନଷ୍ଟ କରିଥିବା କାରଣରୁ ମନୁଷ୍ୟ ଏବଂ ହାତୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଲଢେଇ ହେଉଛି। ହାତୀ ହେଉଛି ଐତିହ ପ୍ରାଣୀ ତେଣୁ ସେମାନଙ୍କ ସୁରକ୍ଷା ଆମର ନୈତିକ କର୍ତବ୍ୟ। ଏଧରା ପୃଷ୍ଠରେ ମନୁଷ୍ୟ ମାନଙ୍କର ବଞ୍ଚିବା ଯେତିକି ଅଧିକାର ଅଛି ବନ୍ୟପ୍ରାଣୀ ମାନଙ୍କର ମାଶ୍ୟ ଠିକ ସେତିକି ଅଧିକାର ଅଛି.ତେଣୁ ବନ୍ୟପ୍ରାଣୀ ମାନଙ୍କୁ ଶିକାର ନକରି ସେମାନଙ୍କୁ ମଧ୍ୟ ଧରାପୃଷ୍ଠାରେ ବଞ୍ଚିବାର ସୁଯୋଗ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ମନୁଷ୍ୟ କିଛିଟା ଲୋଭରେ ବଶବର୍ତ୍ତୀ ହୋଇ ବେଆଇନ ଭାବେ ବିଦୂତ କରେଣ୍ଟ ତାର ଲଗେଇ ବନ୍ୟ ଯାନ୍ତୁ ଶିକାର କରୁଛନ୍ତି. ପରବର୍ତୀ ସମୟରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ୍ୟ କରାଯାଉଛି। କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗ ଦେଇଥିଲେ ଏଥିସହ ଏସି ଏଫ ବିବେକ ଦାସ, ରେଞ୍ଜର ବିମ୍ବାଧର ସାହୁ,ସ୍ନେହା ଅନୁଷ୍ଠାନର ଅଧିକାରୀ ପ୍ରଶାନ୍ତ ରାଉତ, ବିଦୂତ ବିଭାଗର କିଛି କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବନ୍ୟଜନ୍ତୁ ସୁରକ୍ଷାର ବିଭିନ୍ନ ବାର୍ତା ପ୍ରଦାନ କରିଥିଲେ।