
ସୋରଡ଼ା : ୨୧/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦ୍ଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଅଧ୍ୟାପକ ସୁଧାଂଶୁ ଶେଖର ପଣ୍ଡା ,ଅଧ୍ୟାପକ ପ୍ରଦୀପ କୁମାର ସ୍ବାଇଁ ଅଧ୍ୟାପକ ହୃଷୀକେଶ ମିଶ୍ର ଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବୋଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ସାଂପ୍ରତିକ ସ୍ଥିତିରେ ପ୍ରତ୍ୟେକ ଛାତ୍ରୀ ଆତ୍ମରକ୍ଷା ତାଲିମ ନେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକ ଅଧ୍ୟାପିକା ସିପ୍ର ପାତ୍ର ଆଠଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁରହିବ ଓ ପ୍ରଶିକ୍ଷଣରେ ଛାତ୍ରୀମାନେ ଉପସ୍ଥିତ ରହି ଶିକ୍ଷା ଲାଭ କରିବା ପାଇଁ ସେ ପ୍ରକାଶ କରିଥିଲେ l କୌଶଳ ର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାଧ୍ୟାପକ ଦୃଷିକେଶ ମିଶ୍ର ଶିବିରରେ ଦିଆଯାଇଥିବା କୌଶଳ ନାରୀ ସୁରକ୍ଷାରେ କିପରି ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ମଧୁସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମାଷ୍ଟର ଟ୍ରେନର ଲିଜା ପାତ୍ର ଆଠ ଦିନ ଧରି ବିଭିନ୍ନ କୌଶଳ ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିବେ ।