
ବୁଗୁଡା,୨୪/୦୪(ସୋରେନ କୁମାର ପ୍ରଧାନ): ଏଇ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଗତ ତିନି ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀରୁ କମୁନଥିବାରୁ ବୁଗୁଡା ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ଡିଛି | ସକାଳ ୮ଟାରୁ ଗରମ ଅନୁଭବର ଆରମ୍ଭ ହୋଇ ମଧ୍ୟାହ୍ନ ଓ ଅପରାହ୍ନ ବେଳକୁ ଅସହ୍ୟ ହୋଇପଡୁଛି । ପ୍ରବଳ ତାତି ଯୋଗୁଁ ଅଂଶୁଘାତର ଭୟ ଘାରୁଛି । ରାସ୍ତାଘାଟ ଶୂନଶାନ ହୋଇପଡୁଛି । କୌଣସି ଜରୁରୀ କାମରେ ଯେ କେହି ଘରୁ ବାହାରିଲେ ବାଧ୍ଯ ହୋଇ ପାଣି ବୋତଲ ସହ ମୁଣ୍ଡରେ ଗାମୁଛା ବାନ୍ଧି କିମ୍ବା ଛତା ଧରିବାକୁ ପଡୁଛି । ଗରମରୁ ତ୍ରାହି ପାଇବା ପାଇଁ ଲୋକେ ଟିକେ ବର୍ଷାକୁ ଚାତକ ଭଳି ଚାହିଁ ବସିଥିଲେ ହେଁ ତାହାର ଦେଖା ମିଳୁନି । ବେଳେ ବେଳେ ପାଗ ମେଘୁଆ ରହିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ସାଙ୍ଗକୁ ଶରୀର ଝାଳେଇ ଯାଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସ୍କୁଲଗୁଡିକୁ ଏପ୍ରିଲ ୨୭ ତାରିଖରୁ ଛୁଟି ଘୋଷଣା କରିଛନ୍ତି। ତେବେ ତାତିରୁ ତ୍ରାହି ମିଳୁ ନଥିବାରୁ ଜନ ଜୀବନ ଅସୁବ୍ୟସ୍ତ ହୋଇପଡିଛି ।