
ଭଞ୍ଜନଗର: ୦୪/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ, ଭୁବନେଶ୍ବର ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ସଂସ୍କାର ଭାରତୀ, ସଂସ୍କୃତି ବିଭାଗ ଓ ବାର୍ଡ କୁଲାଡ ମିଳିତ ସହଯୋଗରେ କବିଙ୍କ ଜନ୍ମପୀଠ କୁଲାଡରେ ୩୬ତମ ଦୁଇଦିନ ଧରି ରାଜ୍ୟସ୍ତରୀୟ ୩୬ତମ ଭଞ୍ଜ ଜୟନ୍ତୀ ସମାରୋହକୁ ପ୍ରଥମ ଦିବସରେ ଡାଃ ଉଷା ପାଢୀଙ୍କ ସଭାପତିତ୍ଵ କରି ଭଞ୍ଜ ଏକାଧାରାରେ କବି,ଦାର୍ଶନିକ, ଉପମା,ଶୃଙ୍ଗାର ରସ, ଛାନ୍ଦ ଚଉପଦୀ, ଚଉତିଶା କଥା, ସଙ୍ଗୀତ କାଳଜୟୀ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ବୋଲି ମତ ରଖିଥିଲେ , ମୂଖ୍ୟ ଅତିଥି ରୂପେ ଉମାଶଙ୍କର ବେହେରା, ଉପଜିଲ୍ଲାପାଳ ଯୋଗ ଦେଇ ଭଞ୍ଜ ଜଣେ ବିଶ୍ଵକବି ସର୍ବତ୍ର ତାଙ୍କ ସଙ୍ଗୀତ ପ୍ରଚାର ହେବା ଆବଶ୍ୟକ ଘୁମୁସର କ୍ଷେତ୍ରରେ ତାଙ୍କୁ ନରଖି ସାରା ରାଜ୍ୟ ଓ ରାଜ୍ୟବାହାରେ ବିଦେଶରେ ଭଞ୍ଜ ଜୟନ୍ତୀ ଭଞ୍ଜ ସାହିତ୍ୟ ଭଞ୍ଜ ସଙ୍ଗୀତ ପରିବେଷଣ କରିବା ଉପରେ ମତ ଦେଇଥିଲେ , ମୁଖ୍ୟବକ୍ତା ରୂପେ ପ୍ରଫୁଲ ମାଝୀ ଯୋଗଦେଇ ଭଞ୍ଜଙ୍କ ସାହିତ୍ୟରେ ନାରୀ ବିଷୟରେ ଆଲୋକ ପାତ ଦେଇ ବହୁତ ଆଗରୁ ମହିଳାଙ୍କୁ ବିଭିନ୍ନ ଅଳଙ୍କାର ଦେଇ ନାରୀଶକ୍ତିର ମହତ୍ଵ ଉପରେ ଆଲୋକପାଥ କରିଥିଲେ, ସମ୍ମାନୀୟ ଅତିଥି ରୂପେ ସନ୍ତୋଷ ନାୟକ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଯୋଗ ଦେଇଥିଲେ ଓ ଦିତୀୟ ଦିବସରେ ବାର୍ଡ ସଭାପତିଙ୍କ ସଭାପତିତ୍ଵ ରେ ମୁଖ୍ୟ ଅତିଥି ରୂପେ ନାଟ୍ୟକାର ମନ୍ମଥ ଶତତ୍ପଥ ଯୋଗଦେଇ ଯୁଗଜନ୍ମା କବି କୃତି ଓ ସ୍ବାଇକୃତି ଉପରେ ଆଲୋକ ପାତ କରିଥିଲେ ମୁଖ୍ୟବକ୍ତା ଭାବେ ଭଞ୍ଜ ସାହିତିକ ପ୍ରଫୁଲ ଦାସ ଭଞ୍ଜ ସାହିତ୍ୟ ଓ ସଙ୍ଗୀତ ଯଦି ନଥାନ୍ତା ଓଡିଆ ଅସ୍ମିତା ଓ ଓଡିଆ ଶାସ୍ତ୍ରୀୟ ମାନ୍ୟତା ମିଳିବା କଷ୍ଟ ସାଧ୍ୟ ହୋଇଥାନ୍ତା ଓ ଭଞ୍ଜସାହିତ୍ୟରେ ନୈଷଧୀୟ ଛଟା ଏବଂ ଭଞ୍ଜଙ୍କ ସାହିତ୍ୟରେ ଭୋଗ ଓ ତ୍ୟାଗର ପରକIଷ୍ଟା ବର୍ଣନା କରିଅଛନ୍ତି I ଘୁମସର ଅଞ୍ଚଳର ଘୁମୁସର ଗୋପାଳିକା ନମିତା ,ନୀର,ଝୁନା, ବିଳାସିନି, ଜ୍ୟୋତି ଙ୍କୁ ଓ ଅନ୍ତିମ ଯାତ୍ରାର ଶଙ୍କିର୍ତନ ନେତୃବୃନ୍ଦ ସୁଦର୍ଶନ, ରଞ୍ଜିତ, ସୁଭାଷ,ଗିରିଧାରୀ,ବିଜୟଙ୍କୁ ଓ ଭଞ୍ଜ ବନ୍ଧୋଦୟ ଉଦ୍ଯୋଗୀ ଭଞ୍ଜ ସାହୁ, ବେଲଗୁଣ୍ଠI ବଣିକ ସଂଘଙ୍କୁ ସମର୍ଧିତ କରଯାଇଥିଲା I ଗୁରୁ ରବିଦାସ, ଲୋକନାଥ ମହାନ୍ତି ଓ ଘୁମୁସର ଲେଖିଙ୍କ ସଂଘର କଳାକାରଙ୍କ ଭଞ୍ଜ ସଙ୍ଗୀତ ଓ ମହିଳା ପାଲା, ଗୋଟିପୁଅ ନୃତ୍ୟ ପରିବେଷଣ ଅଞ୍ଚଳକୁ ମନମୁଗ୍ଧ କରି ଥିଲା ଶେଷରେ ବାର୍ଡ ସଭାପତି ସଂଯୋଜନା ଓ ସମ୍ପIଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ I