ଜଙ୍ଗଲ ନିଆଁ ପ୍ରଶମନ ଓ ପରିଚାଳନା ସଚେତନତା କାର୍ଯ୍ୟକ୍ରମ

ଜଗନ୍ନାଥ ପ୍ରସାଦ ୦୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ପକ୍ଷରୁ ଶନିବାର ଜଙ୍ଗଲ ନିଆଁ ପ୍ରଶମନ ଓ ପରିଚାଳନା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗ୍ରୀଷ୍ମଋତୁରେ ଗରମ ବଢିବା ଦ୍ଵାରା ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଅଧିକ ହୋଇଥାଏ l ଥରେ ଜଙ୍ଗଲରେ ନିଆଁ ଲାଗିଲେ ଏହାକୁ ରୋକିବା କଷ୍ଟକର ହୋଇଥାଏ l ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ଔଷଧୀୟ ଗୁଳ୍ମ, ଗଜା, ଚାରା ପୋଡିଥାଏ ଏବଂ ନିଆଁ ମାଟିର ଆର୍ଦତା ନଷ୍ଟ କରିବା ସହ ବଡ ଗଛକୁ ଦର ପୋଡା କରି ଦୁର୍ବଳ କରିଦିଏ l ଯାହା ଫଳରେ ଜୀବଜନ୍ତୁ ମାନଙ୍କ ଠାରୁ ଆରମ୍ଭ କରି ଜଙ୍ଗଲଯାତ ଦ୍ରବ୍ୟ ପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତି ହୋଇଥାଏ l ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରୀ ସୁଶ୍ରୀ ସୁଜାତା ରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଭଞ୍ଜନଗର ହିମାଂଶୁ ଶେଖର ମହାନ୍ତି ଯୋଗ ଦେଇ କେବଳ ସଚେତନତା ମାଧ୍ୟମରେ ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ କରିବା ସହ ଏ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଦକ୍ଷ ନୀଳାଞ୍ଚଳ ଖିଲାର,ମହେନ୍ଦ୍ର କୁମାର ପଣ୍ଡା, ସମିତି ମେମ୍ବର ଯୁଦ୍ଧଷ୍ଠିର ସେଠୀ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ ପ୍ରଧାନ, ତେନ୍ତୁଳିଆ ଦେବସ୍ନାନ କଲେଜ ଅଧକ୍ଷ ବିଡ଼ିପୁର ବଦ୍ରୀନାଥ ପାତ୍ର, ଅଧ୍ୟାପକ ଦୀପକ ସାହୁ,ଦମକଳ ବିଭାଗ ଅଧିକାରୀ ଦିଲ୍ଲୀପ ସାହୁ,ଶିକ୍ଷାବିତ ଡ଼ଃ.ଅନନ୍ଦା ତ୍ରିପାଠୀ, ଶିକ୍ଷକ ତରଣୀସେନ ଗୌଡ଼, ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କଲେଜ ଛାତ୍ରୀଛାତ୍ର ଏବଂ ବନ ସଂରକ୍ଷଣ ସମିତି ସଦସ୍ୟଙ୍କୁ ମାନେ ପ୍ଲାକଡ ଧରି ସ୍ଲୋଗାନ ଦେଇ ଏକ ସଚେତନତା ରାଲି ମାକରଞ୍ଜେଇ ମନ୍ଦିର ଠାରୁ ବାହାରି ମୁଖ୍ୟ ସହର ଦେଇ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣୀ ମଣ୍ଡପ ପର୍ଯ୍ୟନ୍ତ ପରିକ୍ରମା କରି ଜନସାଧାରଣଙ୍କୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନ କରିଥିଲେ l ଶେଷରେ କଲ୍ୟାଣୀ ମଣ୍ଡପ ଠାରେ ଏକ ସାଧାରଣ ସଭା ଆୟୋଜିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବନପାଳ ସୁକାନ୍ତ ନାୟକ, ମିତା ପୋଲେଇ, ଜିତେନ୍ଦ୍ର ମଲ୍ଲିକ,ବନରକ୍ଷୀ ଚେନ୍ଦ୍ରଶେଖର ପାଣିଗ୍ରାହୀ,ଡମ୍ବୁରୁ ନାୟକ, ପ୍ରଭାସିନୀ ଗୌଡ଼, ତୁଷାର ମଲିକ, ମିନତୀ ଗୌଡ଼, ଯମୁନା ସେଠୀ, କ୍ଷେତ୍ରବାସୀ ମାହାଙ୍କୁଡ, ବାସୁଦେବ ସେଠୀ, ଶ୍ରୀମନ ପ୍ରଧାନ, ପ୍ରିୟଙ୍କା ପାଳ ଏବଂ ଓଏଫଏସଡିଟିର ସମସ୍ତ ମେମ୍ବର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l