କ୍ୟାପ୍ଟେନ ଖଗେଶ୍ୱର ଗୌଡ଼ଙ୍କ ସ୍ମୃତିଚାରଣ

ଭଞ୍ଜନଗର ୨୨/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସ୍ବର୍ଗତ କ୍ୟାପ୍ଟେନ୍ ଖଗେଶ୍ୱର ଗୌଡ଼ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରବିବାର ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।
କ୍ୟାପ୍ଟେନ ମହେନ୍ଦ୍ର କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ମୁଖ୍ୟ ଅତିଥିଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥିଭାବେ ଭଞ୍ଜନଗର ପୌରାଧ୍ୟକ ଗୋପବନ୍ଧୁ ମହାପାତ୍ର,ଆଇଆରବି କମାଣ୍ଡାଣ୍ଟ ସୁଧାକର ମିଶ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଖଣ୍ଡ ଅରକ୍ଷୀ ଅଧିକାରୀ ଡ. ଦୀପକ କୁମାର ମିଶ୍ର,ବ୍ରିଗେଡିୟର ଅଭିମନ୍ୟୁ ରାଉତ,ଓ୍ବିଙ୍ଗ୍ କମାଣ୍ଡର ଟି. ଆର. ବେହେରା, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଲଷ୍ମଣ ପଣ୍ଡା, ସମାଜସେବୀ ଶୁଳାପଣୀ ଶତପଥୀ ପ୍ରମୁଖ ମଞ୍ଚାସିନ ରହି କ୍ୟାପ୍ଟେନ୍ ଖଗେଶ୍ୱର ଗୌଡ଼ଙ୍କ ସ୍ମୃତିଚାରଣ କରିଥିଲେ।