ଚୋରା ଦେଶୀମଦ ଚଢ଼ାଉ, ୪ ଗିରଫ

ଚୌଦ୍ୱାର(ଶିବବ୍ରତ ଦାସ ): ଚୌଦ୍ଵାର ଅବକାରୀ ଥାନା ତରଫରୁ ବଣିପଦା, ଓସିଏଲ ,ଟାଙ୍ଗୀ ଆଦି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଏହି ୭୦ ଲିଟର ଦେଶୀ ମହୁଲି ମଦ ସହିତ ୩ଜଣ ପୁରୁଷ ଓ ଜଣେ ମହିଳା ଅଭିଯୁକ୍ତ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ବାଣିପଦା ର ବୁଲୁ ମଲ୍ଲିକ,ଅଭୟପୁର ର ଫୁଲ ଛତିରା,ଚୌଦ୍ୱାର ର ଭଗବାନ ବେହେରା ଓ ଓସିଏଲ ର କୃଷ୍ଣ ସମଦ ବିରୁଦ୍ଧରେ ଅବକାରୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଇନ୍ସପେକ୍ଟର ମାନସୀ ନାୟକ,ଚୌଦ୍ୱାର ଅବକାରୀ ଥାନାର ଇନସ୍ପେକଟର ଭକ୍ତ ବତ୍ସ ବର୍ମା, ଆଶୁତୋଷ ଜେନା, ରାଜକୃଷ୍ଣ ବିଶ୍ଵାଳ, ସୁନିଲ ବଳ, ଗୀତାଞ୍ଜଳି ବେହେରା ପ୍ରମୁଖ ସାମିଲ ରହିଥିଲେ।