
ଭଞ୍ଜନଗର, ୦୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ନିୟନ୍ତ୍ରିତ ବଜାର ସମ୍ମିଳନୀ କକ୍ଷରେ ଉତ୍କଳ ଦିବସ ସଫଳସହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ସଭାପତି ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ସଭାପତିତ୍ଵ ରେ ୯୧ ତମ ଉତ୍କଳ ଦିବସ ଅତି ଆଡମ୍ବର ସହ ପାଳନ ହୋଇଯାଇଛି । ସକାଳ ସମୟ ୭.୩୦ ମି. ରେ ଭଞ୍ଜନଗର ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହି ଅବସରରେ ଉତ୍କଳ ଦିବସର ଐତିହ୍ୟ ଓ ବୀରପୁରୁଷ ମାନଙ୍କୁ ସ୍ମରଣ କରି ଅତିଥି ମାନଙ୍କ ର ଅଭିଭାଷଣ , ବିଭିନ୍ନ ଚର୍ଚ୍ଚା, ସ୍ଵାଗତ ସଙ୍ଗୀତ , ଉତ୍କଳ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉପଖଣ୍ଡ ସ୍ତରୀୟ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ପୌରପରିଷଦ ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ସାଂସଦ ପ୍ରତିନିଧି ପୌରପରିଷଦ ସନ୍ତୋଷ କୁମାର ତିଆଡ଼ି , କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା , ବକ୍ତା ଭାବେ କେନ୍ଦୁପଦର ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ଆପଟ, ଏବଂ ମୁଖ୍ୟ ବକ୍ତା ଡ଼. ବିଚିତ୍ରା ନନ୍ଦ ଦାସ୍ ଅବସର ପ୍ରାପ୍ତ ଅଧ୍ୟକ୍ଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ , ଆଦି ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟ କ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟ ବାଦ୍ ଅର୍ପଣ କରିଥିଲେ । ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ପାତ୍ର , ପଦ୍ମ ଚରଣ ନାୟକ , ତାରିଣୀ ସାହୁ ଓ ସ୍ଥାନୀୟ ସମାଜସେବକ ଏବଂ ସାମ୍ବାଦିକ ଅରକ୍ଷିତ ପରିଛା କାର୍ଯ୍ୟ କ୍ରମ ରେ ସହଯୋଗ ପୂର୍ବକ ସଫଳ ସହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି ।